୧୬ ବର୍ଷିୟା ନାବାଳିକାକୁ ଅପହରଣ ଅଭିଯୋଗ, ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ରୋଡରେ ରହୁଥିବା ଡ୍ରାଇଭର ପ୍ରହଲ୍ଳାଦା ପ୍ରସାଦ ଚୈାରାସିଆଙ୍କ ୧୬ବର୍ଷିୟ ବଡ ଝିଅକୁ ସ୍ଥାନୀୟ ଅଂଚଳର ଅର୍ଜୁନ କୁମାର ନାମକ ଜଣେ ଅପ୍ରାପ୍ତ ବୟସ୍କ ଯୁବକ ଜୋର ଜବରଦସ୍ତି ଏକ ନୀଳ ରଙ୍ଗର କାରରେ ବସାଇ କେଉଁ ଆଡେ ଅପହରଣ କରି ନେଇଥିବା ନେଇ ଯାଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ପରିବାର ପକ୍ଷରୁ ଚାନ୍ଦିଲି ଥାନାରେ ଏ ନେଇ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଏସଡିପିଓ ଦିବ୍ୟଜ୍ୟୋତି ଦାସ ପ୍ରକାଶ କରିଛନ୍ତି । ଏ ନେଇ ଏତଲାରେ ଉଲ୍ଳେଖ ରହିଛ ଯେ ଗତ ୧୧ତାରିଖ ଦିନ ପ୍ରହଲ୍ଳାଦ ଚୈାରାସିଆ ନିଜ ଟ୍ରକ ନେଇ ଗୁମୁଡା ଅଭିମୁଖେ ଯାଇଥିବା ବେଳେ ତାଙ୍କ ପତ୍ନୀ ଆଖି ଚିକିତ୍ସା ନିମନ୍ତେ ରାୟଗଡା ଉପକଣ୍ଠ ପୀତାମହଲ ସ୍ଥିତ ଏଲ.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ । ଉକ୍ତ ସମୟରେ ତାଙ୍କ ଦୁଇ ଝିଅ ଘରେ ଏକାକୀ ରହିଥିଲେ । ଏହାର ସୁଯୋଗ ନେଇ କେହି ଦୁର୍ବୁତମାନେ ଘରେ ପଶି ବଡ ଝିଅକୁ ବଳପୂର୍ବକ ଅପହରଣ କରି ନେଇ ଯାଇଥିଲେ । ଘଟଣା ସଂପର୍କରେ କାହାରିକୁ କହିଲେ ଜୀବନରେ ମାରି ଦେବାର ଧମକ ଦେଇ ସାନଝିଅକୁ ଘରର ଏକ ରୁମରେ ଭର୍ତି କରି ଦେଇ ବାହାରୁ କବାଟ ଦେଇ ଚାଲିଯାଇଥିଲେ । ପରେ ପରିବାର ଲୋକେ ସାନଝିଅ ପାଖରୁ ସମସ୍ତ ବିଷୟରେ ଅବଗତ ହୋଇ ବହୁତ ଖୋଜାଖୋଜି ପରେ ସ୍ଥାନୀୟ ଅଂଚଳର ଅର୍ଜୁନ କୁମାର ନାମକ ଯୁବକ ନିଜ ବଡ ଭାଇଙ୍କ ସହଯୋଗରେ ଘରେ ପଶି ତାଙ୍କ ବଡ ଝିଅଙ୍କୁ ଅପହରଣ କରି ନେଇଥିବା ଜାଣିବାକୁ ପାଇଛୁ ବୋଲି ଚୈାରାସିଆ ଉଲ୍ଳେଖ କରିଛନ୍ତି । ଯଥାଶୀଘ୍ର ଘଟଣାର ତଦନ୍ତ କରି ନାବାଳିକା ଝିଅକୁ ଅପହରଣକାରୀଙ୍କ ନିକଟରୁ ଉଦ୍ଧାର କରିବା ପାଇଁ ପୋଲିସ ପାଖେ ଗୁହାରୀ ହୋଇଛନ୍ତି ପରିବାର ଲୋକେ । ତେବେ ଅପହରଣ ଭଳି ଘଟଣାରେ ପୋଲିସ କେତେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.