କଂସ ବଧ ସହ ଉଦଯାପିତ ହେଲା ବିଶ୍ୱନାଥପୁର ଧନୁଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ଠାରେ ଅନୁଷ୍ଠିତ ଧନୁଯାତ୍ରାରେ ଦୀର୍ଘ ୧୦ ଦିନ ଧରି ସନ୍ଧ୍ୟାରେ ଧନୁଯାତ୍ରାର ମଜା ନେଉଥିଲେ କଳାହାଣ୍ଡି ଜିଲ୍ଲା ତଥା ରାୟଗଡ଼ା ଜିଲ୍ଲାର ଅଞ୍ଚଳବାସୀ।ସେମାନେ ମିନା ବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଉଥିଲେ। ତେବେ କଂସ ନିଧନ ସହ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ ଶେଷ ହୋଇଯାଇଛି।ବିଶ୍ୱନାଥପୁରରେ ହେଇଥିବା ଧନୁଯାତ୍ରା ମହୋତ୍ସବ କଂସ ଭୂମିକାରେ ଅଭିନୟ କରିଥିବା ବଲାଙ୍ଗୀର ଜିଲ୍ଲାର ଆର୍ତ୍ତତ୍ରାଣ ସୁନାନୀଙ୍କ ଚମତ୍କାର ଅଭିନୟ ଓ ରାଜନର୍ତ୍ତକୀ ମାନଙ୍କର ମାଦକଭରା ନୃତ୍ୟ ଦେଖଣାହାରୀଙ୍କ ମନମୋହି ନେଇଛି। ଉତ୍ସବର ଅନ୍ତିମ ଦିବସରେ କଂସ ବଧ ଓ ଉଗ୍ରେସେନଙ୍କ ରାଜ୍ୟାଭିଷେକ ଦେଖିବାକୁ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ୪ ତାରିଖରୁ ଏହି ଧନୁଯାତ୍ରା ଆରମ୍ଭ ହୋଇଥିଲା। କୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସ ମଥୁରାରେ ଛଳନାରେ ଧନୁଯାତ୍ରା ଆରମ୍ଭ କରି ସେଠାକୁ କୃଷ୍ଣ ବଳରାମଙ୍କୁ ଅକ୍ରୁରଙ୍କ ଦ୍ଵାରା ଡକାଇ ଥିଲେ। ଦୁଇ ଭାଇକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ରକରି ତ୍ରିସ୍ତରୀୟ ବ୍ୟବସ୍ଥା କରିଥିଲେ। ପ୍ରଥମେ ରହିଥିଲା କୁବଲୟା ହସ୍ତୀ, ଦ୍ଵିତୀୟରେ ଚାଣୁର ଓ ମୁଷ୍ଟିକ। ଏହାପରେ ଅଷ୍ଟମଲ୍ଲ ବୀର, ମନ୍ତ୍ରୀ ଓ ସେନାପତିଙ୍କ ସହ କଂସାସୁର ପ୍ରମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥିଲେ। ସେହିପରି ମଥୁରା କଟକ ଭ୍ରମଣ କରିବା ସମୟରେ କୃଷ୍ଣ ବଳରାମ କୁବଳୟା ହସ୍ତୀ ବଧ,ଚାଣୁର ମୁଷ୍ଟିକଙ୍କୁ ହତ୍ୟା କରିବା ପରେ ସେନାପତି, ମନ୍ତ୍ରୀ ତଥା ସୈନ୍ୟବଳଙ୍କ ସହ ଭୀଷଣ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିଥିଲେ। ଏହାପରେ କୃଷ୍ଣ ଓ ବଳରାମ ସହ ସମ୍ମୁଖ ଯୁଦ୍ଧ କରିନପାରି କଂସ ମଧ୍ୟ ଜୀବନ ହାରିଥିଲା। କଂସ ମାମୁଁ ଜୀବନ ହାରିବା ପରେ କୃଷ୍ଣ ବଳରାମ ମାତା ଦେବକୀ ଓ ପିତା ବାସୁଦେବଙ୍କୁ କାରାଗାରରୁ ମୁକ୍ତ କରିବା ସହ ଉଗ୍ରେସନଙ୍କ ରାଜ୍ୟାଭିଷେକ କରିଥିଲେ।

Udyog Nursery
Udyogi Nursery

ଅନ୍ତିମ ଦିବସରେ କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ,ମୂଖ୍ୟ ବକ୍ତା ଭାବେ ଶିକ୍ଷାବିତ ଅଯୟ ମିଶ୍ର,ସଂମ୍ମାନୀତ ଅତିଥି ଭାବେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀ,କଳାହାଣ୍ଡି ଜିଲ୍ଲା କଳା ସଂସ୍କୃତିକ ଅନୁଷ୍ଠାନର ଉପ ସଭାପତି କରୁଣା କର ସାହୁ,ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ,କମିଟି ସଭାପତି ସଞ୍ଜୀବ କୁମାର ନାୟକ, ଧନୁଯାତ୍ରା କମିଟିର ସମ୍ପାଦକ ଅନନ୍ତ ରାମ ପ୍ରଧାନୀ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ, ଧନୁଯାତ୍ରା କମିଟି କୋଷାଧ୍ୟକ୍ଷ ମନରଞ୍ଜନ ବିଶି, କମିଟିର ଯୁଗ୍ମ ସମ୍ପାଦକ ଧବଳେଶ୍ବର ଠେଲା, ଉପ ସଭାପତି ଅଚୁତାନନ୍ଦ ଘଡେ଼ଇ, ଯୁଗ୍ମ କୋଷାଧ୍ୟକ ମୀନକେତନ ଦଳେଇ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ମହୋତ୍ସବର ଅନ୍ତିମ ଦିବସରେ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ଦେଇ ଥିଲେ। ଏହି ଧନୁଯାତ୍ରାରେ ଅଭିନୟ କରିଥିବା ଧନୁଯାତ୍ରାର କଳାକାର ମାନଙ୍କୁ, ମଞ୍ଚ ପରିଚାଳନା କରୁଥିବା ଗୋପାଳ ଦାସ ମହାନନ୍ଦଙ୍କୁ ବିଶ୍ୱନାଥପୁର ଧନୁଯାତ୍ରା କମିଟି ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଧନୁଯାତ୍ରା କମିଟିର ତରୁଣ କୁମାର ଦାସ, କିଶୋର ଘଡେ଼ଇ, ବନ ଦଳେଇ, ଘନଶ୍ୟାମ ସୁନା, ଗଣେଶ୍ୱର ବେହେରା ସମେତ ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଏହି ମହୋତ୍ସବରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.