୬ ପିଲାଙ୍କ ଆଗରେ ମାଆକୁ କଡେଇରେ ସିଜାଇଲା ବାପା

ଆପଣମାନଙ୍କର ଦିଲ୍ଲୀର ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣା ମନେଥିବ । କାରଣ ଆପଣଙ୍କ ଜୀବନରେ ଏମିତି ଲୋମହର୍ଷଣକାରୀ ହତ୍ୟା କେବେ ଦେଖି ନଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଏକ ହତ୍ୟା ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ତାଜୁବ୍‌ ହୋଇଯିବେ । ଆଉ ଆପେ ଆପେ ଆପଣଙ୍କ ମୁହଁରୁ ବାହାରିଯିବ  ‘ଓଃ କି ଜଘନ୍ୟ’ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ପାକିସ୍ତାନର ନିର୍ଜନ ସ୍ଥାନରେ ଥିବା ଏକ ସ୍କୁଲରେ ଘଟିଛି ଏହି ରୁମ ଟାଙ୍କୁରା ହତ୍ୟା । ଜଣେ ବ୍ୟକ୍ତି ସ୍ତ୍ରୀକୁ ହତ୍ୟା କରିବା ପରେ କଡ଼େଇରେ ସିଜାଇବା ଘଟଣା ସାମ୍ନାକୁ ଆସିଛି । ସେତିକି ନୁହେଁ, ହତ୍ୟାଠାରୁ ଆହୁରି ଭୟଙ୍କର ଥିଲା ଏହା ପରର ଦୃଶ୍ୟ । ସ୍ବାମୀ ଅଶିକ୍‌ ସ୍ତ୍ରୀକୁ ସିଜାଇବା ବେଳେ ସେଠାରେ ଉପସ୍ଥିତି ଥିଲେ ତାଙ୍କ ୬ ପିଲା ।

ରାତି ୩ଟାରେ ସବୁ ଶୋଇଥିବା ବେଳେ ଆଶିକଙ୍କ ବଡ଼ ଝିଅ, କାହାର ଚିତ୍କାର ଶୁଣି ନିଦରୁ ଉଠିଯାଇଥିଲେ । ଶବ୍ଦଟି ତାଙ୍କ ବାପାମାଆଙ୍କ ରୁମରୁ ଆସିଥିବା ଜାଣିବା ପରେ ସେ ସେଠାକୁ ଯାଇ କ’ଣ ହୋଇଛି ଦେଖିବାକୁ ଚାହିଁଥିଲେ । ତେବେ ସେଠାରେ ସେ ଯାହା ଦେଖିଥିଲେ ତାଙ୍କ ଛାତି ଥରାଇ ଦେଇଥିଲା । ରୁମରେ ତାଙ୍କ ବାପା ମାଆଙ୍କ ମୁହଁରେ ତକିଆ ପକାଇ ମାଡ଼ି ବସିଥିଲେ ଓ ମାଆ ନରଗିସ୍ ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ହେଲେ କିଛି ସମୟ ପରେ ତାଙ୍କ ଚିତ୍କାର ନିରବତାରେ ପରିଣତ ହୋଇଯାଇଥିଲା । ଏହା ଦେଖିବା ପରେ ଝିଅଟି ଅଚେତ ହୋଇଯାଇଥିଲା ।

ପ୍ରାୟ ୩ ଘଣ୍ଟା ପରେ ଚେତା ଆସିବା ପରେ ସେ ଏନେଇ ଅନ୍ୟ ୫ ଭାଇଭଉଣୀଙ୍କୁ ଜଣାଇବା ସହ ସେମାନଙ୍କୁ ଘର ବାହାରକୁ ନେଇ ଆସିଥିଲେ । ହେଲେ ପିଲାମାନେ ଜାଣି ନଥିଲେ ଘର ବାହାରେ ମାଆଙ୍କୁ ନେଇ ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ସେମାନଙ୍କୁ ଅପେକ୍ଷା କରିଛି । ଘରୁ ବାହାରକୁ ଆସିବା ପରେ ପିଲାମାନେ ସ୍କୁଲ କ୍ୟାଣ୍ଟିନରେ କେହି କିଛି ରୋଷେଇ କରୁଥିବା ଜାଣିବାକୁ ପାଇଥିଲେ । ଅନ୍ୟମାନଙ୍କୁ ଅଟକାଇ ବଡ଼ ଝିଅ କ୍ୟାଣ୍ଟିନ ଭିତରକୁ ପ୍ରବେଶ କରିବା ପରେ ସେ ଚକିତ ହୋଇଯାଇଥିଲେ । ବାପା ରକ୍ତ ଜୁଡୁବୁଡ଼ ଅବସ୍ଥାରେ କ୍ୟାଣ୍ଟିନ କଡେଇରେ ମାଆଙ୍କୁ ସିଜାଉଥିବା ଦେଖିବାକୁ ପାଇଥିଲେ ।

ଏହି ସମୟରେ ଆଶିକଙ୍କ ନଜର ଝିଅ ଉପରେ ପଡ଼ି ଯାଇଥିଲା । ବାପା ଦେଖି ଦେବା ପରେ ଅନ୍ୟ ଭାଇଭଉଣୀଙ୍କୁ ନେଇ ଝିଅଟି ସେଠାରୁ ଦୌଡ଼ି ପଳାଇଥିଲା । ଏହାପରେ ପିଲାମାନେ ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.