କେସିଙ୍ଗା ବିଡ଼ିଓଙ୍କ ଭାଇରାଲ ସେକ୍ସ ଓଡିଓ ପ୍ରସଙ୍ଗ….. ‘ଲୁଚିଛି ନା ଗୋଡ଼ ଦୁଇଟା ଦୁଶୁଛି’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ପୂର୍ବରୁ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ନାମରେ ଅଭିଯୋଗର ଲମ୍ବା ତାଲିକା ଥିବାବେଳେ ବର୍ତ୍ତମାନ ସେ ଜଣେ ଯୁବତୀଙ୍କ ସହ ସେକ୍ସ କଥାବାର୍ତ୍ତା ହୋଇଥିବା ଓଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଯାହାକୁ ନେଇ କେସିଙ୍ଗା ସମେତ ଜିଲ୍ଲାର ମାହୋଲ ସରଗରମ ରହିଛି। ଗତ ବର୍ଷ ନଭେମ୍ବର ମାସରେ କେସିଙ୍ଗା ସରପଞ୍ଚ ସଂଘ ଏହି ବିଡ଼ିଓଙ୍କ ବିରୁଦ୍ଧରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇ ଲିଖିତ ଅଭିଯୋଗ କରିଥିଲେ। ଫାଇବ୍-ଟି ସ୍କୁଲ ନିର୍ମାଣ କରିବାରେ ନିଜେ ଠିକାଦାର ଚୟନ କରି ବିବାଦ ମଧ୍ୟରେ ଛନ୍ଦି ହେଇ ପଡ଼ିଥିବା ବିଡ଼ିଓ ପିଡ଼ିଏସ ଚାଉଳରେ ଦୁର୍ନୀତି ଅଭିଯୋଗ, ଠିକାଦାର ମାନଙ୍କୁ ଠିକା ବଣ୍ଟନ କରି ପ୍ରବଳ ପିସି ନେବା ଅଭିଯୋଗ ସଙ୍ଗେ ସଙ୍ଗେ ସରପଞ୍ଚ ମାନଙ୍କୁ ମଧ୍ୟ ପିସି ମାଗୁଥିବା ଅଭିଯୋଗ ରହିଛି। ଅନେକ ଦିନରୁ କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ମହିଳାଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ କରାଯିବା ପାଇଁ ଦାବୀ ହେଇ ଆସୁଥିଲେ ମଧ୍ଯ ସେ କର୍ଣ୍ଣପାତ କରୁନାହାନ୍ତି ଏବଂ ଏ ବାବଦରେ କେସିଙ୍ଗା ସରପଞ୍ଚ ସଂଘ ବିଡ଼ିଓଙ୍କୁ ପ୍ରଶ୍ନ କଲେ ସରପଞ୍ଚ ମାନଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। କୈ।ଣସି ପୁରୁଷ ଲୋକ ବିଡିଓଙ୍କ ଚେମ୍ବରକୁ ଗଲେ ସେ ଶିଘ୍ର ବିଦା କରି ଦେଉଥିବାବେଳେ ମହିଳା ମାନଙ୍କ ପ୍ରତି ଅତି ଆଶକ୍ତ ଏବଂ ସେମାନଙ୍କୁ ଅଧିକ ସମୟ ଦେଇଥାନ୍ତି ବୋଲି ଅଭିଯୋଗ ହୁଏ। ଅଧୁନା କେସିଙ୍ଗା ବ୍ଲକକୁ ମହିଳା ମାନେ ଆସିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଉକ୍ତ ଅଧିକାରୀ ଜଣକ ଭାରି ନାଳୁଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସରକାର ମାଁକୁ ସମ୍ମାନ ଗାଁକୁ କାମର ନାରା ଦେଉଛନ୍ତି। ହେଲେ ଏଠି ଯେଉଁ ଅଧିକାରୀ ଜଣକ ଅଛନ୍ତି ସେ ନା ଦେଉଛନ୍ତି ମାଁଙ୍କୁ ସମ୍ମାନ ନା କରୁଛନ୍ତି ଗାଁରେ କାମ। ଏହି ଅଧିକାରୀ କେସିଙ୍ଗା ବ୍ଲକ ପରିସର ଭିତରେ ମହିଳାଙ୍କ ସହିତ ନାଳୁଆମୀ ବ୍ୟବହାର କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ମର୍ଯ୍ୟାଦାର ସମସ୍ତ ସୀମା ଅତିକ୍ରମ କରି କେସିଙ୍ଗା ବିଡ଼ିଓ ଜଣେ ଯୁବତୀଙ୍କ ସହ ଫୋନ କଲରେ ଅଶ୍ଳୀଳ କଥା ବାର୍ତ୍ତା କରୁଥିବା ଅଡିଓ ସାମ୍ନାକୁ ଆସିଛି। ଏହି ସେକ୍ସ ଓଡିଓରେ ଯୁବତୀ ଜଣକ କୋଣ୍ଡୋମ ବାବଦରେ କହୁଛନ୍ତି। ଯାହା ସମାଜରେ ନକରାତ୍ମକ ପ୍ରଭାବ ପକାଇବା ସହ ବିଡ଼ିଓଙ୍କ ଅଡୁଆ ବଢେଇଛି। ଯୁବତୀ ଜଣକଙ୍କର ପରିଚୟ ମିଳିପାରି ନଥିବା ବେଳେ ସେ ଜଣେ ଷ୍ଟାଫଙ୍କ ଝିଅ ବୋଲି ଟୁପୁର ଟାପୁର ଚାଲିଛି। ଏସମ୍ପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ବିଡ଼ିଓ ଶ୍ରୀ ଓଦୁଙ୍କୁ ଫୋନ କରାଯାଇଥିଲା, ତେବେ ସେ ପ୍ରଶ୍ନ ଆରମ୍ଭ ହେବାକ୍ଷଣି ଫୋନ କାଟି ଦେଇଥିଲେ। ଅନ୍ୟପକ୍ଷରେ ନିଜ ପଦ ମର୍ଯ୍ୟାଦା ଭୁଲି ଯାଇଥିବା ବିଡ଼ିଓ ଶ୍ରୀ ଓଦୁଙ୍କୁ ବଦଳି କରିବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.