ପ୍ରଜ୍ଞା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ: ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଗତ ୧୩/୧ ରୁ ଚାଲି ଆସୁଥିଲା ପ୍ରଜ୍ଞା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ନର୍ଲାର ଅଗ୍ରଣୀ ଏସ୍କନ କ୍ଲବ ଆନୁକୂଲ୍ୟରେ ଚାଲୁଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ୮ ଗୋଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ । କ୍ରୀଡାବିତ ପ୍ରଜ୍ଞା ନାଏକଙ୍କ ସ୍ମୃତିରେ ଆୟୋଜିତ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ଅତିଥି ବୃନ୍ଦ ସ୍ବର୍ଗତ ପ୍ରଜ୍ଞାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେବାପରେ ଆରମ୍ଭ ହୋଇଥିଲା ଫାଇନାଲ ମ୍ୟାଚ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଏହାର ଫାଇନାଲ ମ୍ୟାଚ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଓ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏକ ଚିତାକର୍ଷକ ମ୍ୟାଚ ରେ ବଲାଂଗୀର ସ୍ପୋର୍ଟସ ହଷ୍ଟେଲ କନ୍ଧମାଳକୁ ୪ ଗୋଲ ଦେଇ ଚମ୍ପିୟାନ ହୋଇଥିଲା । ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ତନୁଜା ହରପାଲ, ଯୁବନେତା ଦଲଜିତ ସିଂ, ଯୁବ ଉଦ୍ୟୋକ୍ତା ବିମଲ କେଡ଼ିଆ, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ ପ୍ରମୁଖ ଯୋଗଦାନ କରି ବିଜୟୀ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଟିମକୁ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ଓ ରନର୍ସ ଅଫ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ଟିମକୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ମେନ ଅଫ ଦ ମ୍ୟାଚ ଭାବରେ ବଲାଙ୍ଗିରର ଅମିତ ଧାନ, ମେନ ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବରେ କନ୍ଧମାଳର ସାମଲ ହେମ୍ରମ, ବେଷ୍ଟ ସ୍କୋରର ଭାବରେ ଅମିତ ଧାନ, ବେଷ୍ଟ ଗୋଲକିପର ଭାବରେ ବଲାଙ୍ଗୀରର ଗୋବର୍ଦ୍ଧନ ମାଝୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଇତ୍ୟବସରରେ ନର୍ଲାର ପୂର୍ବତନ କ୍ରୀଡାବିତ ହରିଶ୍ଚନ୍ଦ୍ର ବୁଦ୍ଧିଆ, ସରୋଜ ଚାନ୍ଦ, ସତୁ ଅଗ୍ରୱାଲ, ମନ୍ମଥ ପୂଝରୀ, ଗୌରାଙ୍ଗ ନାଏକ, ରମେଶ ଦାସ ପ୍ରମୁଖଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ବେଷ୍ଟ ଅର୍ଗାନାଇଜର ଭାବରେ ନର୍ଲାର ବନପାଳ ଭବାନୀ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଫାଇନାଲ ମ୍ୟାଚକୁ ଆନ୍ତର୍ଜାତିୟ ରେଫରୀ ନବୀନ ନାଏକ ପରିଚାଳନା କରିଥିଲେ । କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାଏକ ଓ ସୁରେଶ ନାଏକ ଲାଇନ ମ୍ୟାନର ଦାଇତ୍ୱ ନିର୍ବାହନ କରିଥିଲେ । ଏସ୍କନ କ୍ଲବର ପ୍ରତିଷ୍ଠାତା ଉପ ସଭାପତି ତପନ କୁମାର ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ ଏସ୍କନ କ୍ଲବର ସମ୍ପାଦକ ସୁମନ୍ତ ପୂଜାରୀ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ଦୀପୁ ପାତ୍ର, ବଣ୍ଟୁ ଚାନ୍ଦ, ପିଣ୍ଟୁ ନାଗ, କିଶୋର ମାଝୀ, ତ୍ରୀଲୋଚନ ଗଉଡ଼ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.