କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ଭବ୍ୟ ସ୍ବାଗତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାରା ଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଅଦ୍ଭୁଦ ପୂର୍ବ ସଫଳତା ମିଳିବାରେ ଲାଗିଛି। କଂଗ୍ରେସର ଆଦର୍ଶ ଓ ଦେଶରେ ଏକ ଭାଇଚାରା ପରିବେଶ ସୃଷ୍ଟି ପାଇଁ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାରେ ଅନେକ ଲୋକେ ଯୋଡି ହୋଇଛନ୍ତି। ତେବେ ଓଡିଶାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ଭାରତ ଯୋଡ ଯାତ୍ରା ବୁଧବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ପହଞ୍ଚି ଥିବାବେଳେ ପ୍ରଥମେ ମୋଟେର ଠାରେ କଂଗ୍ରେସ ପକ୍ଷରୁ ବରିଷ୍ଠ ସଦସ୍ୟ ରବୀନ୍ଦ୍ର ପଟ୍ଟଯୋଷୀ, ପିସିସି ସଭ୍ୟ ଦିଗାମ୍ବର ଦୁରିଆ, ମୋଟେର ଜୋନ ସଭାପତି ଯତୀନ୍ଦ୍ର ଶୁସେନ ଦଳାଇ, ପିସିସି ସଦସ୍ୟ ପୁରୁଷୋତ୍ତମ ଗୁପ୍ତା, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଉପସଭାପତି ଡାକେଶ୍ବର ଲହଜଲ, ଜିଲ୍ଲା ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା, ପ୍ରବକ୍ତା ବେଣୁପାଣି ଦୁର୍ଗା, ଜୟପାଟଣା ସଭାପତି ଗଙ୍ଗାଧର ପାତ୍ର, ସନ୍ତୋଷ ପାଢ଼ୀ, କଳାହାଣ୍ଡି ଛାତ୍ର କଂଗ୍ରେସ ସମ୍ପାଦକ ସୁବାଷଚନ୍ଦ୍ର ଦାସ, କୋକସରା ଛାତ୍ର କଂଗ୍ରେସ ସଭାପତି ସୁଜିତ ସରାଫ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ମୋଟେର ଠାରୁ କୋକସରା ସଦର ମହକୁମା ପହଞ୍ଚିବା ପରେ ବ୍ଳକ କଂଗ୍ରେସ ସଭାପତି ଘନ ଜାଲ, କାର୍ଯ୍ୟକରୀ ସଭାପତି କେଶବ ଚନ୍ଦ୍ର ନାଏକ, ମହେନ୍ଦ୍ର ଧରୁଆ, ହରେକୃଷ୍ଣ ନାଏକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଘନଶ୍ୟାମ ନାଏକ, ନିମାଇଁ ଧଙ୍ଗଡାମାଝୀ, ଅଭିମନ୍ୟୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ। ସେଠାରୁ ଭାରତ ଯୋଡ ଯାତ୍ରା ଆମପାଣି ପହଞ୍ଚିବା ପରେ ଆମପାଣି ଜୋନ୍ ସଭାପତି ହରିଶ୍ଚନ୍ଦ୍ର ନାଏକଙ୍କ ନେତୃତ୍ବରେ ସ୍ବାଗତ କରାଯାଇଥିଲା।

Udyog Nursery
Udyogi Nursery

ଆମପାଣି ହାଇସ୍କୁଲ ନିକଟରୁ ପଦଯାତ୍ରାରେ ବାହାରି ପିସିସି ସଭାପତି ଶ୍ରୀପଟ୍ଟନାୟକ ଲୋକଙ୍କୁ ଭାରତ ଯୋଡ ଯାତ୍ରାର ମହତ୍ୱ ଉପରେ ବୁଝିବା ଦରକାର ବୋଲି କହିଥିଲେ। ପରେ ଆମପାଣିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଦର୍ଶନ କରି ନବରଙ୍ଗପୁର ଅଭିମୁଖେ ବାହାରିଥିଲେ। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଲାଲସାଏ ନାଗ, ଅଜୟ କୁମାର ପଣ୍ଡା, ଭାସ୍କର ରାଓ, ଦୟାନିଧି ନାଏକ, ମନୁ ଖମାରୀ, ହେମନ୍ତ ଠାକୁର, ବରାଡଙ୍ଗା ପଞ୍ଚାୟତ ସଭାପତି ଗୋକୁଳ ଚନ୍ଦ୍ର ବାରିକ, କ୍ଷୀରସିନ୍ଧୁ ନାଏକ, ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.