ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ର ଠାରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସତ୍ୟନାରାୟଣ ବ୍ରତ କଥା ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହା ପାଞ୍ଚଦିନ ଧରି ଚାଲୁ ରହିବ। ୨୫ ଜାନୁଆରୀରେ ଉଦଘାଟିତ ହୋଇ ଏହା ୨୯ ତାରିଖରେ ଶେଷ ହେବ। ପ୍ରତ୍ୟହ ସନ୍ଧ୍ୟା ୫.୩୦ରୁ ୭.୩୦ରେ ଏହା ଅନୁଷ୍ଠିତ ହେବ। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ ଭବାନୀପାଟଣା ନିର୍ଦ୍ଦେଶକ ଦୁର୍ଗା ମାଝୀ, ମୁଖ୍ୟବକ୍ତା ମାଉଣ୍ଟଆବୁରୁ ଆସିଥିବା ବିଶିଷ୍ଟ ରାଜଯୋଗିନୀ ବି.କେ ଉର୍ମିଲା ଦିଦି, ନବରଙ୍ଗପୁର କ୍ଷେତ୍ରୀୟ ନିର୍ଦ୍ଦେଶିକା ବି.କେ ନିଲମ ଦିଦି, ଭବାନୀପାଟଣା କେନ୍ଦ୍ର ସଂଚାଳିକା ବି.କେ ଶଶୀ ଦିଦି, ବରିଷ୍ଠ ରାଜଯୋଗୀ ଭ୍ରାତା ବି.କେ ମାନସ ମଂଚାସିନ ଥିଲେ। ଏଥିରେ ସମସ୍ତ ବ୍ରହ୍ମକୁମାରୀ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। କେନ୍ଦ୍ର ପକ୍ଷରୁ ସମସ୍ତ ଅନୁଗାମୀଙ୍କୁ ଏଥିରେ ପ୍ରତ୍ୟହ ଯୋଗ ଦେବା କେନ୍ଦ୍ର ସଂଚାଳିକା ନିବେଦନ ରଖିଥିଲେ।