ମହିଳାମାନେ ମାତୃତ୍ୱ ଲାଭ କରିବା ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ -ଆସାମ ମୁଖ୍ୟମନ୍ତ୍ରୀ 

ଓଡ଼ିଆ ବାର୍ତ୍ତା/ ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା  କହିଛନ୍ତି, ମହିଳାମାନେ ମାତୃତ୍ୱ ଲାଭ କରିବା ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ। କାରଣ ପରବର୍ତ୍ତୀ ସମୟରେ (ଅଧିକ ବୟସ ହେଲେ) ଏହା ଜଟିଳତା ସୃଷ୍ଟି କରିଥାଏ। ମାତୃତ୍ୱ ପାଇଁ ବୟସ ୨୨ରୁ ୩୦ ବର୍ଷ ଉପଯୁକ୍ତ। ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ସେମାନେ ଶୀଘ୍ର ଏହା କରିବା ଉଚିତ ବୋଲି ସେ ହସିହସି କହିଛନ୍ତି।

Omkar Vasthu
Omkar Vasthu

ଆସାମର ରାଜଧାନୀ ଗୌହାଟିରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ନାବାଳିକା ବିବାହ ଏବଂ ମାତୃତ୍ୱକୁ ରୋକିବା ପାଇଁ ତାଙ୍କ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ। ବାଲ୍ୟବିବାହ ଓ ଅପ୍ରାପ୍ତ ବୟସ୍କ ମାତୃତ୍ୱକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ଆଇନ ଆଣିବା ଏବଂ ପୋକ୍ସୋ ଆଇନ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ସେ ଏଭଳି କହିଛନ୍ତି। ହିମନ୍ତ ଶର୍ମା କହିଛନ୍ତି, ‘ଆଗାମୀ ପାଞ୍ଚ-ଛଅ ମାସ ମଧ୍ୟରେ ହଜାର ହଜାର ସ୍ୱାମୀଙ୍କୁ ଗିରଫ କରାଯିବ। କାରଣ ୧୪ ବର୍ଷରୁ କମ୍ ବୟସର ଝିଅ ସହିତ ଶାରୀରିକ ସମ୍ପର୍କ ରଖିବା ଅପରାଧ, ଯଦିଓ ସେ ଆଇନତଃ ବିବାହିତ ସ୍ୱାମୀ। ମହିଳାଙ୍କ ବିବାହ ପାଇଁ ଆଇନଗତ ବୟସ ୧୮ ବର୍ଷ ହୋଇଥିବା ବେଳେ ଯେଉଁମାନେ କମ୍ ବୟସର ଝିଅଙ୍କୁ ବିବାହ କରିବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ’।

Pearl dental clinic
Near Ashish Medical Store, Bhawanipatna

ସେ କହିଛନ୍ତି, ଆମେ ସମୟ ପୂର୍ବରୁ ମା’ ହେବା ବିରୋଧରେ କହୁଥିଲୁ। କିନ୍ତୁ ଏହି ସମୟରେ ମହିଳାମାନେ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଗବାନ ଆମ ଶରୀରକୁ ଏଭଳି ଭାବେ ସୃଷ୍ଟି କରିଛନ୍ତି ଯେ, ସବୁକିଛି ପାଇଁ ଏକ ଉପଯୁକ୍ତ ବୟସ ରହିଛି।

Udyog Nursery
Udyogi Nursery

ଉଲ୍ଲେଖଯୋଗ୍ଯ, ଆସାମ କ୍ୟାବିନେଟ୍ ଗତ ସୋମବାର ନିଷ୍ପତ୍ତି ନେଇଛି ଯେ ୧୪ ବର୍ଷରୁ କମ୍ ବୟସର ଝିଅଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ। ଯେଉଁମାନେ ୧୪ରୁ ୧୮ ବର୍ଷ ବୟସର ଝିଅମାନଙ୍କୁ ବିବାହ କରିବେ ସେମାନଙ୍କ ବିରୋଧରେ ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬ ଅନୁଯାୟୀ ମାମଲା ଚାଲିବ। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାରର ଉଚ୍ଚ ହାରକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଯାହାର ପ୍ରାଥମିକ କାରଣ ହେଉଛି ବାଲ୍ୟ ବିବାହ। ରାଜ୍ୟରେ ହାରାହାରି ୩୧ ପ୍ରତିଶତ ବିବାହ ନିଷିଦ୍ଧ ବୟସ ବର୍ଗର ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.