ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୭ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା  କୁନି ସାହୁ, ସମ୍ମାନିତ ଅତିଥି ଭାବରେ ମିଳନ କୁମାର ଝାଙ୍କର,ତହସିଲଦାର କର୍ଲାମୁଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ (“ଖ) ମହେନ୍ଦ୍ର ରଣା (ଜୋନ ‘କ’), ଅଭିନାଶ ଠାକୁର ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ, ସଭାପତି ସୁଦର୍ଶନ ସାହୁ, ସମ୍ପାଦକ କାହ୍ନୁ ଚରଣ ସାହୁ, ପ୍ରଧାନଚାର୍ଯ୍ୟ ଶାନ୍ତନୁ କୁମାର ମିଶ୍ର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର କର୍ଲାମୁଣ୍ଡା ମଞ୍ଚାସିନ ରହି ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ସହ କୁନି କୁନି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ସେହିପରି ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ମୁଖ୍ୟବକ୍ତା ଭାବରେ ଅରୁଣ କୁମାର ନାଏକ ମଞ୍ଚାସିନ ଥିଲେ । ଉକ୍ତ ବାର୍ଷିକ ଉତ୍ସବ ମଞ୍ଚରେ ସ୍କୁଲର ଅଧ୍ୟୟନରତ ଛାତ୍ରୀ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ରୀ କ୍ଷିତିସ୍ମିତା ଭୋଇ ମଞ୍ଚ ପରିଚାଳନା କରିଥିଲେ । ଅଭିଭାବକ ଓ ସ୍କୁଲର ଗୁରୁଜୀ, ଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.