ଦିଲ୍ଲୀରେ ସକ୍ରିୟ ଖଲିସ୍ତାନ ସଂଗଠନ; ଆତଙ୍କବାଦୀ ଆକ୍ରମଣ ନେଇ ଚେତାଇଲା ଗୁଇନ୍ଦା ସଂସ୍ଥା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସକ୍ରିୟ ଖଲିସ୍ତାନ ଆତଙ୍କବାଦୀ ସଂଗଠନ। କେତେବେଳେ ବି ହୋଇପାରେ ବଡ଼ ଧରଣର ଆକ୍ରମଣ। ଏନେଇ ଆଗୁଆ ଚେତାଇଲା ଗୁଇନ୍ଦା ସଂସ୍ଥା। ନିକଟରେ ଦିଲ୍ଲୀର ପୂର୍ବାଞ୍ଚଳର ଅନେକ ସ୍ଥାନରେ ଖଲିସ୍ତାନ ସମର୍ଥନରେ ଅନେକ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲା। ଏହାର କିଛିଦିନ ପରେ ଗୁଇନ୍ଦା ସଂସ୍ଥା ଏଭଳି ସତର୍କ ସୂଚନା ଜାରି କରିଛି।  ଯାହା ଦିଲ୍ଲୀ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଖଲିସ୍ତାନ ଆତଙ୍କବାଦୀ ସଂଗଠନର କିଛି ଗ୍ରୁପ୍ ଦିଲ୍ଲୀ ଏନ୍‌ସିଆର୍ ଅଞ୍ଚଳରେ ସକ୍ରିୟ ଅଛନ୍ତି। ସେମାନେ କୌଣସି ବି ମୁହୂର୍ତ୍ତିରେ ଦିଲ୍ଲୀରେ ଆକ୍ରମଣ କରିପାରିନ୍ତି ବୋଲି ଗୁଇନ୍ଦା ସଂସ୍ଥା କହିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଖବର ପ୍ରକାଶ ପାଇଛି। ଦିଲ୍ଲୀର ବିକାଶପୁରୀ, ଜନକପୁରୀ, ପଶ୍ଚିମ ବିହାର ଏବଂ ପୀରାଗଡ଼ି ଭଳି ଅଞ୍ଚଳରେ ଖଲିସ୍ତାନ ସମର୍ଥନରେ ପୋଷ୍ଟର ଲାଗିବା ସହ ବିବାଦୀୟ ସ୍ଲୋଗାନ ଲେଖାଯାଇଥିବା ଚିତ୍ର ଅଙ୍କାଯାଇଥିଲା। ତେଣୁ ପଶ୍ଚିମ ଦିଲ୍ଲୀର କିଛି ଅଞ୍ଚଳ ଏହି ଆତଙ୍କବାଦୀଙ୍କର ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି ବୋଲି ଗୁଇନ୍ଦା ବିଭାଗ ଚେତାଇଛି। ତେବେ ଖଲିସ୍ତାନ ସମର୍ଥନରେ ଲାଗିଥିବା ଏହି ପୋଷ୍ଟରଗୁଡ଼ିକ ଦିଲ୍ଲୀ ପୁଲିସ ତୁରନ୍ତ ହଟାଇ ଦେଇଥିଲା। ଏହି ଘଟଣାରେ ଆଇପିସି ଧାରା ୧୫୩-ବି(ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା) ଓ ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଲାଗୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପୋଷ୍ଟର ଓ କାନ୍ଥର ଚିତ୍ର କରାଯାଇଥିବା ଏରିଆଗୁଡ଼ିକରେ ଦିଲ୍ଲୀ ପୁଲିସ ପକ୍ଷରୁ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି। ଗୁଇନ୍ଦା ସଂସ୍ଥାର ସତର୍କ ସୂଚନା ପରେ ଦିଲ୍ଲୀ ପୁଲିସ ପୂରା ସକ୍ରିୟ ହୋଇପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.