ଏହି ଗାଁରେ ରୁହନ୍ତି କେବଳ ବଳାତ୍କାରୀ

ଶୀର୍ଷକ ପଢିଲା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଆପଣମାନେ ଭାବୁଥିବେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ହୁଏତ ବଳାତ୍କାରୀ ହିଁ ବସବାସ କରନ୍ତି । କଥାଟି ସତ , କିନ୍ତୁ ସତ ପଛର କାହାଣୀ କିଛି ଅଲଗା । ଆମେରିକାର ଫ୍ଲୋରିଡ଼ା ସହରଠାରୁ ପ୍ରାୟ ଦୁଇ ମାଇଲ ଦୂରରେ ରହିଛି ଏମିତି ଏକ ଗାଁ , ଯାହା ବଳାତ୍କାରୀଙ୍କ ଗାଁ ଭାବେ କୁଖ୍ୟାତ । ଗାଁରେ ରୁହନ୍ତି ଦୁଇ ଶହରୁ ଅଧିକ ଲୋକ ଯେଉଁମାନେ କି ସମସ୍ତେ ଜଣେ ଜଣେ ବଳାତ୍କାରୀ । ଅର୍ଥାତ୍ ଏହି ଗାଁର ସବୁ ବାସିନ୍ଦାଙ୍କ ପଛରେ ଅଛି ବଳାତ୍କାର କରିବା ଭଳି ହୀନ କାରନାମାର ସଙ୍ଗୀନ ଅଭିଯୋଗ, ଯାହା ପ୍ରମାଣିତ ମଧ୍ୟ ହୋଇଛି । ପାରମ୍ପରିକ ଭାବେ ଏହି ଗାଁ ତିଆରି ହୋଇନାହିଁ । ଏଭଳି ଏକ ଗାଁ ତିଆରି ପଛରେ ସ୍ଥାନୀୟ ପ୍ରଶାସନର କିଛି ଉଦ୍ଦେଶ୍ୟ ରହିଛି । ସୂଚନା ଅନୁସାରେ, ଷାଠିଏ ଦଶକରେ ଏଭଳି ଏକ ଗାଁର ପରିକଳ୍ପନା କରିଥିଲା ସ୍ଥାନୀୟ ପ୍ରଶାସନ । ସେ ସମୟରୁ ଦୋଷୀ ସାବ୍ୟସ୍ତ ବଳାତ୍କାରୀଙ୍କୁ ଏଠାରେ କଳାପାଣି ଦଣ୍ଡସ୍ୱରୂପ ରଖାଯାଉଥିଲା । ଏହି ଗାଁଟି ସେ ସମୟରେ ଜନବସତିଠାରୁ ବେଶ୍ ଦୂରରେ ଥିଲା । ଦୀର୍ଘ ବର୍ଷ ପରେ ବି ଜନବସତି ଦୂରରେ ଥିବା ଏହି ଗାଁର ସମସ୍ତ ବାସିନ୍ଦା ହେଉଛନ୍ତି ଜଣେ ଜଣେ ଦୋଷୀ ସାବ୍ୟସ୍ତ ଅପରାଧୀ । ସେଠାକାର ଆଇନ ଅନୁସାରେ କୌଣସି ବ୍ୟକ୍ତି ବଳାତ୍କାର କରିବା ପରେ ତାଙ୍କୁ ଦଣ୍ଡସ୍ୱରୂପ ଏହି ଗାଁରେ ରଖାଯାଇଥାଏ । ସ୍ଥାନୀୟ ପ୍ରଶାସନର ଯୁକ୍ତି ଏଭଳି ପରିବେଶ ଭିତରେ ରହିଲେ ଦୋଷୀ ସାବ୍ୟସ୍ତ ଅପରାଧୀ ନିଜକୁ ସୁଧାରିବା ପାଇଁ ଚେଷ୍ଟା କରିଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.