ରାୟଗଡ଼ା ବ୍ଲକର ଷଷ୍ଠ ସମିତି ବୈଠକ ଅନୁଷ୍ଠିତ

ଆସନ୍ତା ଗ୍ରୀଷ୍ମଋତୁ ପାଇଁ ଜଳ ସଙ୍କଟ ସମସ୍ୟା ସୁଧାରିବା ଓ ନଳକୂପଗୁଡିକର ମରାମତି ନିମନ୍ତେ ପଦକ୍ଷେପ ପାଇଁ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ସଦର ବ୍ଲକର ଷଷ୍ଠ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡା ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୂଇକା ଅଧ୍ୟକ୍ଷତା କରିଥିଲେ । ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଦସ୍ୟ ପଦ୍ମାବତୀ ମାଣ୍ଡାଙ୍ଗି, ସନ୍ଧ୍ୟା ପୁଲାକା, ମାନ୍ୟବର କୋରାପୁଟ ଲୋକସଭା ସାଂସଦଙ୍କ ପ୍ରତିନିଧି ଏସ ଜିଭିତେଶ୍ୱର ରାଓ, ମାନ୍ୟବର ବିଧାୟକ ରାୟଗଡ଼ାଙ୍କ ପ୍ରତିନିଧି ସହଦେବ ମେଲେକା, ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଏବିଡ଼ିଓ କାଳୁ ଚରଣ ନାୟକ, ସହକାରୀ ଯନ୍ତ୍ରୀ ଏ ଶାନମୁଖା କୁମାର ପାତ୍ରଙ୍କ ସମେତ ୨୮ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ତଥା ବିଭିନ୍ନ ସରକାରୀ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସ୍ଵତନ୍ତ୍ର ଭାବରେ ୨୦୨୩-୨୪ ବର୍ଷ ନିମନ୍ତେ ବ୍ଲକ ବିକାଶ ଯୋଜନା ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା । ଏତଦ୍ ବ୍ୟତୀତ ଆବାସ ଯୋଜନା ଅଧୀନରେ ହିତାଧିକାରୀ ଚୟନ, ସାମାଜିକ ସୁରକ୍ଷା, ସାଧାରଣ ବଣ୍ଟନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି,ବିଜୁଳି, ଶିଶୁ ବିକାଶ, ମହିଳା ସଶକ୍ତିକରଣ, ଜଳଛାୟା, ପ୍ରାଣିଧନ, ଉଦ୍ୟାନ ବିଭାଗ, ଜଙ୍ଗଲ, ଉଠା ଜଳସେଚନ, ଜୀବିକା ମିଶନ ଆଦି ବିଷୟରେ ଆଲୋଚନା ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଗାମୀ ଦିନରେ ଗ୍ରୀଷ୍ମ ଋତୁ ଆସୁଥିବାରୁ ଜଳ ସଂକଟର ବିପଦ ଏଡ଼ାଇବା ନିମନ୍ତେ ସମସ୍ତ ଜଳଉତ୍ସ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଓ ଆବଶ୍ୟକ ଯନ୍ତ୍ରାଂଶ କ୍ରୟ କରିବା ଓ ନଳକୂପ ମରାମତି ନିମନ୍ତେ ପଦକ୍ଷେପ ନେବାକୁ ପ୍ରସ୍ତାବ ଆଗତ ହୋଇଥିଲା । ରାୟଗଡ଼ା ବ୍ଲକର ୯୧ ଟି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କରିଥିଲେ । ଜିପିଇଓ ଗୋପାଳ ପଣ୍ଡା ପୂର୍ବ ବିବରଣୀ ପଠନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.