ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଗେଡାର ଛାତ୍ର ଆଶୁତୋଷ ବେହେରାଙ୍କୁ ଜିଲ୍ଲାସ୍ତରୀୟ ପୁରସ୍କାର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଅତି ଅଳ୍ପ ବୟସରୁ ଉତ୍ତମ ମାନର ସାହିତ୍ୟ ସୃଷ୍ଟି କରି ସମସ୍ତଙ୍କୁ ଚମତ୍କୃତ କରିଦେଉଥିବା ଆଶୁତୋଷ କୁମାର ବେହେରା ଆଜି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇ ଅଞ୍ଚଳ ପାଇଁ ସୁନାମ ନେଇ ଆସିଛନ୍ତି। ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତତଫରୁ ଆୟୋଜିତ ଓଡିଆ ପ୍ରବନ୍ଧ ଲିଖନ ପ୍ରତିଯୋଗୀତାରେ ସେ ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। କର୍ଲାମୁଣ୍ଡା ବ୍ଲକ ରେଗେଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆଶୁତୋଷଙ୍କୁ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡି, ପୁର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷେନ୍ଦ୍ର ସିଂହଦେଓ ପ୍ରମୁଖ ମାନପତ୍ର, ଉପଢୌକନ ଓ ନଗଦ ଅର୍ଥରାଶି ସହ ପୁରସ୍କୃତ କରିଥିଲେ। ଇତିପୂର୍ବରୁ ଆଶୁତୋଷ ଏବର୍ଷ ସମ୍ବାଦ ଆମ ଓଡିଶା ତରଫରୁ ଆୟୋଜିତ ପ୍ରବନ୍ଧ ଓ ସଂସ୍କୃତି ଜ୍ଞାନ ପ୍ରତିଯୋଗୀତାରେ କର୍ଲାମୁଣ୍ଡା ବ୍ଲକରେ ପ୍ରଥମ ସ୍ଥାନ, ମ.ରାମପୁର ଉପଖଣ୍ଡସ୍ତରୀୟ ପାଣି ପଞ୍ଚାୟତ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିଲେ। କୁଶୁର୍ଲା ଗ୍ରାମରେ ଜନ୍ମିତ ଆଶୁତୋଷ ବେହେରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଗେଡାରେ ନବମ ଶ୍ରେଣୀରେ ଅଧ୍ୟୟନରତ। ସେ ଓଡ଼ିଶାର ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ଓ ଅଧ୍ୟାପିକା ସସ୍ମିତା ସାହୁଙ୍କର ଏକମାତ୍ର ସନ୍ତାନ ଅଟନ୍ତି। ତାଙ୍କରି ଏହି ସଫଳତା ପାଇଁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଜ୍ଞାଦୀପ୍ତ ରଥ, ପ୍ରଦୀପ କୁମାର ପଧାନ, ପ୍ରଗତି ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକଙ୍କ ପ୍ରଛନ୍ନ ହାତ ରହିଛି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ଅଧିକ ପ୍ରବନ୍ଧ ଓ ଗଳ୍ପ ରଚନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.