୫ବର୍ଷ ହେଲା ପୂରଣ ହେଉନି ୫ଦଫା ଦାବି: ଅଣଗେଜେଟେଡ୍ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ୫ବର୍ଷ ହେଲା ପୂରଣ ହେଉନାହିଁ ୫ଦଫା ଦାବି । ଦୀର୍ଘ ୫ବର୍ଷ ବିତିଯାଇଥିଲେ ସୁଦ୍ଧା ସଂଘ ବିଭିନ୍ନ ପର୍ଯ୍ୟାୟରେ ବିଭାଗୀୟ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଦୈାଡିଛି । ତଥାପି କିଛି ସୁଫଳ ପାଇପାରିନାହିଁ । ବିଭିନ୍ନ ସମୟରେ ଦାବି ହାସଲର ଆଶ୍ୱସନା ପାଇ ମଧ୍ୟ ପୁଣି ନିରାଶ ହେବାକୁ ପଡିଛି ଓଡିଶା ରାଜ୍ୟ ଅଣଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘକୁ ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ ସମୟରେ ପ୍ରକାଶ କରିଛନ୍ତି ରାୟଗଡା ଜିଲ୍ଳା ଶାଖା ସଂଘର ସଭାପତି ଧନପତି କଣ୍ଡାଗରୀ । ଦରମାରେ ଥିବା ଅସଙ୍ଗତି,କ୍ୟାଡର ପୁର୍ନଗଠନ, ନିଯୁକ୍ତି ନିୟମରେ ସଂଶୋଧନ, ଦୁଇବର୍ଷିୟା ଡିପ୍ଳୋମା ଓ ତାର ନାମକରଣ ସହ କାର୍ଯ୍ୟକାରିଣୀର ସଂଶୋଧନ ଆଦି ୫ଦଫା ଦାବିକୁ ନେଇ ଆଜି ରାୟଗଡା ଜିଲ୍ଳା ଶାଖା ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କୁ ପ୍ରଦାନ କରାଯାଇଥିଲା । ସମସ୍ତ ଦାବିକୁ ସରକାର ତୁରନ୍ତ ବିଚାରକୁ ନେଇ ପୂରଣ କଲେ ବିଭାଗର ତୃଣମୂଳସ୍ତରୀୟ କର୍ମଚାରୀ ବିଶେଷ ଉପକୃତ ହେବେ ଏବଂ ସେମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ହେବା ସହ ଚାଷୀ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ସେମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରାଇବାରେ ସହାୟକ ହେବେ ବୋଲି ଜିଲ୍ଳା ସଂଘ ସଭାପତି ଶ୍ରୀ କଣ୍ଡାଗରୀ ଓ ସଂପାଦକ ପ୍ରସାଦ ପାଷ୍ପୁରେଡ୍ଡୀ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଦାବିପତ୍ରରେ ସଂଘ କ୍ୟାଡରର ୬ହଜାରରୁ ଉର୍ଦ୍ଧ ଗ୍ରାମ ପଂଚାୟତ ଏବଂ ସହରାଂଚଳରେ ତୃଣମୂଳସ୍ତରରେ କାର୍ଯ୍ୟରତ ରହି ପ୍ରାଣୀ ସଂପଦର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ସହ ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ କରୁଛନ୍ତି ବୋଲି ଉଲ୍ଳେଖ ରହିଛି । ରାଜ୍ୟବାସୀଙ୍କ ପ୍ରାଣୀ ବିକାଶ ତଥା ସୁରକ୍ଷା ନିମନ୍ତେ ଉନ୍ନତ ଜ୍ଞାନ କୈାଶଳର ଆବଶ୍ୟକତା ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ପ୍ରୟୋଗକୁ ଚିନ୍ତା କରି ପ୍ରାଣୀଧନ ନିରୀକ୍ଷକ ପଦବୀରେ ଯୋଗ ଦେବା ପାଇଁ ଯୁକ୍ତ ୨ବିଞାନ ଯୋଗ୍ୟତା ଆଉ ୨ବର୍ଷର ଡିପ୍ଳୋମା ତାଲିମର ବ୍ୟବସ୍ଥା ୨୦୧୫ ମସିହାରୁ ପ୍ରଚଳିତ କରିଥିଲେ ମଧ୍ୟ ପରବର୍ତୀ ପର୍ଯ୍ୟାୟରେ ଡିପ୍ଳୋମାକୁ ସରକାର ଦୃଷ୍ଟିଗୋଚରକୁ ନେଉ ନ ଥିବା ସଂଘ ଅଭିଯୋଗ କରିଛି । ସଂଘର ୫ଦଫା ଦାବି ପୂରଣ ଦିଗରେ ସରକାର ଚୁପ୍ ଥିବାରୁ ଗତ ୨୦୧୮ମସିହା ଫେବୃଆରୀ ମାସରେ ବିଧାନସଭା ସମ୍ମୁଖରେ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା । ସରକାର ହସ୍ତକ୍ଷେପ କରି ଆନ୍ଦୋଳନକୁ ସ୍ଥଗିତ କରାଇଥିଲେ । ଚଳିତ ମାସର ଫେବୃଆରୀ ୧୨ତାରିଖରେ ସଂଘ ଉପଦେଷ୍ଠା ପ୍ରଭାତ ରଂଜନ ବିଶ୍ୱାଳଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ସଂଘ ନିଷ୍ପତି ପ୍ରକାରେ ସରକାରଙ୍କୁ ପୁଣି ଚେତାଇ ଦେବାକୁ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଉପସଭାପତି ରାଜଶେଖର ସାହୁ, ଶ୍ରୀମତି ଇଶ୍ୱର୍ମା ଆଚାରୀ, ସଂଗଠନ ସଂପାଦକ ବି.ଚନ୍ଦ୍ରଶେଖର ଗୁପ୍ତା, ଯଗ୍ମ ସଂପାଦକ ତଥା କୋଷାଧ୍ୟକ୍ଷ ଦୀପକ କୁମାର ସାହୁଙ୍କ ସମେତ ଜିଲ୍ଳାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.