ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗଦେଇଥିବା ମମତା ହେମ୍ରମଙ୍କୁ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ଏବଂ ବିଜେଡ଼ି ଦଳର କର୍ମକର୍ତ୍ତାମାନେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଆଜି ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ପକ୍ଷରୁ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ବରିଷ୍ଠ ଉପଦେଷ୍ଟା ବି ତିରୁପତି ପାତ୍ର, ସନ୍ତୋଷ କୁମାର ତୁଳ, ଉପସଭାପତି ଅଜିତ ମାଝୀ, କୋଷାଧ୍ୟକ୍ଷ ପ୍ରଭୁରଞ୍ଜନ ସାମଲ, ସହ ସମ୍ପାଦକ ତୁଳସୀରାମ ପ୍ରଧାନୀ, ସଦସ୍ୟ ଦେବାନନ୍ଦ ମାଝୀ, ମଳୟ ବେନୁଆ, ଦିଲିପ ହରିଜନ, ମନୋଜ ଦୋରା, ଦିଲିପ ପଟ୍ଟନାୟକ ପ୍ରମୁଖ ଥାନାରେ ସାକ୍ଷାତକାର କରିବା ସହିତ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସେହିପରି ବିଜେଡି ଦଳ ପକ୍ଷରୁ ବିଧାୟକ ପ୍ରତିନିଧି ପ୍ରଦିପ ଘଡେ଼ଇ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ବିଜେଡି ନେତା ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ଦେବାଶିଷ ବିଶି, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ବନ ଦଲେଇ ପ୍ରମୁଖ ଶ୍ରୀମତୀ ହେମ୍ରମଙ୍କୁ ସାକ୍ଷାତକରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।