ଓଡିଶା କଳାକାର ପ୍ରିମିୟର ଲିଗ୍ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଓଡିଶା କଳାକାର ପ୍ରିମିୟର ଲିଗ୍ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଓଡିଶାର ସମସ୍ତ କଳାକାରମାନଙ୍କୁ ନେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହାର ମୁଳ ଉଦ୍ଦେଶ୍ୟ ଏହା ଯେ ସମସ୍ତ କଳାକାରମାନଙ୍କ ମଧ୍ୟରେ କେମିତି ସୁସଂପର୍କ ରହିବ, ସମସ୍ତଙ୍କ ମଧ୍ୟରେ ପରିଚୟ ସୃଷ୍ଟି କରିବା ଏବଂ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା । ସର୍ବ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରି ଖେଳ ଆରମ୍ଭ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଦୁଇ ଦିନିଆ ମ୍ୟାଚରେ ସମସ୍ତ ଜିଲ୍ଲାର କଳାକାର ସାମିଲ ହୋଇଥିଲେ । ମୋଟ ୧୪ଟି ଟିମ୍ ମ୍ୟାଚ ଖେଳିଥିଲେ । ଶେଷରେ ଫାଇନାଲ ମ୍ୟାଚରେ ଜୁନିୟର ଫାଇଟରକୁ ପରାସ୍ତ କରି ବଲାଙ୍ଗିର ଲାୟନ୍ସ ବିଜୟ ହାସଲ କରିଥିଲା । ଅମ୍ପିୟାର ଦାୟିତ୍ୱ ପୃଥ୍ୱୀରାଜ ମିଶ୍ର, ରମେଶ ସେଠ ପ୍ରମୁଖ ଦାୟିତ୍ୱ ତୁଳାଇଥିବା ବେଳେ ସକାଳେ ମୁଖ୍ୟ ଅତିଥି ଭାବେ ଏକ୍ସନ କମିଟି ସଭାପତି ଗୋପାଳଜୀ ପାଣିଗ୍ରାହୀ, ୟୁଥ ଏକ୍ସନ କମିଟିରର ସଭାପତି ବିନୋଦ କାଲସାଏ, ବିକାଶ ସା, ଶ୍ରୀପଦା ଷଡଙ୍ଗୀ, ସଞ୍ଜିବ ସାହୁ, ସୋମନାଥ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥି ପ୍ରମୁଖ ସମାଜସେବୀ ଯୋଗଦେଇ ଉତ୍ସାହିତ କରିଥିଲେ ।

Udyog Nursery
Udyogi Nursery

ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମନ ନାଗ, ଗୋପାଳ ପଧାନ, ଅନିତା ତ୍ରିପାଠି, ଅଭିଷେକ ଦାଶ, ସ୍ୱରୁପା ସିଂହ, ମାଧବ ବାରିକ, ବେନିମାଧବ ବେଦବାକ ଯୋଗ ଦେଇଥିଲେ । ଏହି ମ୍ୟାଚକୁ ସରୋଜ କୁମାର, ସମୀର ଏସ୍‌କେ, ପ୍ରଶାନ୍ତ ନାଏକ, ବିନୋଦ କାଲସାଏ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.