ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ନିକଟସ୍ଥ ବୁରାଟ ଗ୍ରାମରେ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଆଜି ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିିତ ହେଇଯାଇଛି । କର୍ତ୍ତା ଭାବରେ ଭଗବାନ ଜେନା ଓ ତାଙ୍କ ଧର୍ମ ପତ୍ନୀ ଫୁଲ ଜେନା ଦାୟିତ୍ୱ ନିର୍ବାହ କରୁଥିବାବେଳେ ପୂଜକ ତ୍ରିଲୋଚନ ଦାଶ, ଯୁଗଳ ପ୍ରହରାଜ, ପୀତାମ୍ବର ତ୍ରିପାଠୀ ଦାୟିତ୍ୱ ସଂପାଦନ କରୁଛନ୍ତି । ଆୟୋଜକ କମିଟୀ ଲଳିତର ସ୍ୱାଇଁ, ପୂର୍ଣର୍ଚନ୍ଦ୍ର ବିଶି, ହେମ ସାଗର ହେର୍ଣ୍ଣାଙ୍କ ନେତୃତ୍ୱରେ କଳସ ଯାତ୍ରା ଉତ୍ତେଇ ନଦୀଠାରୁ ଆରମ୍ଭ କରି ବୁରାଟ ଗ୍ରାମ ପରିକ୍ରମା କରିଥିଲା । କଳସ ଶୋଭାଯାତ୍ରାରେ ବିଭିନ୍ନ ସଂକୀର୍ତ୍ତନ ଦଳ , ଶ୍ରୀରାମକୃଷ୍ଣ ଆଶ୍ରମ ଘୁମୁରା ଦଳ ସାମିଲ ହେଇଥିଲେ । ଷୋହଳ ପ୍ରହର ନାମ ଯଜ୍ଞ ଆସନ୍ତାକାଲିଠାରୁ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହେବ । ଏଥିରେ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଜିଲ୍ଲାରୁ ପାଂଚଟି ମହିଳା ସଂକୀର୍ତ୍ତନ ଦଳ ସହିତ ସର୍ବମୋଟ ଏଗାରଟି ସଂକୀର୍ତ୍ତିନ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମର ମର୍ଦ୍ଧରାଜ ସ୍ୱାଇଁ, ବିରଞ୍ଚି ବେହେରା, ଗୋଲାପ ସ୍ୱାଇଁ, ବୁଡ଼ୁ ମାଝୀ, କୃଷ୍ଣଚନ୍ଦ୍ର ଜେନା, ରମେଶ ଚନ୍ଦ୍ର ବଗର୍ତ୍ତୀ, ମନୋଜ ଘଡ଼େଇ, ନରେଶ ଗଉଡ. ମୀନକେତନ ଜେନା, ପର୍ଶୁରାମ ବେହେରା, ହରି ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.