ଶ୍ରୀ କ୍ରୀଷ୍ଣା ସେବା ସଂଗଠନ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର 

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ବୋଧପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଟକ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ କ୍ରୀଷ୍ଣା ସେବା ସଂଗଠନ ତରଫରୁ ରବିବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋଧପୁର ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ଓ ଜ୍ୟୋତିର୍ବିଦ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସସ୍ମିତା ମହାପାତ୍ର ଓ ସଭାପତି ନିରୁପମା ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରଶ୍ମିତା ମହାପାତ୍ର,  ମାନସ ରାଉତ, ସନ୍ତୋଷ ମହାପାତ୍ର, ପ୍ରକାଶ କୁମାର ବିଶ୍ବାଳ, ଜ୍ୟୋତି ପ୍ରକାଶ ଚଇନି, ଭାଗିରଥି ରାଉତ, ଦୀପିକା ଦାସ, ମାନସୀ ରାଉତ, ମମତା ଦାସ ଓ ଶର୍ମିଷ୍ଠା ମହାନ୍ତି ପ୍ରମୁଖ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ୫୦ ରୁ ଊର୍ଦ୍ଧ୍ବ ରକ୍ତଦାତା ରକ୍ତଦାନ କରିଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.