ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁ ପଞ୍ଚାୟତ ଅନ୍ତର୍ଗତ ଆମଯୋର ଆବାସିକ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଅଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଆମଯୋର ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁମଣି ଦଣ୍ଡସେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟ ନାରାୟଣ ଶବର ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟିର ସଭାପତି ଦୟାନିଧି ବାଗ, ପରିଚାଳନା କମିଟିର ସଭ୍ୟ ଲକ୍ଷ୍ମଣ ସୋରି, ପ୍ରମୁଖ ମଞ୍ଚାସୀନ ଥିଲେ। କୋମଳ ମତି ଶିଶୁ ମାନଙ୍କ ଭବିଷ୍ୟତ ଗଠନ ପାଇଁ ସରକାର ପ୍ରଦାନ କରାଯାଉଥିବା ପ୍ରତିଟି ଯୋଜନା କିଭଳି କାର୍ଯକାରୀ ହୋଇପାରିବ, ଶିଶୁ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ହୋଇ ପାରିବ, ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା। ଶିକ୍ଷା ସଂସ୍କାର ପ୍ରଦାନ ଉତ୍ତମ ମାନର ହେଉଥିବା ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ସନ୍ତୁଷ୍ଟ ଥିବା ଅଭିଭାବକ ମାନେ ପ୍ରକାଶ କରିଥିଲେ। ସଭା ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହକାରୀ ଶିକ୍ଷକ ନାରାୟଣ ଶବର ମଞ୍ଚ ପରିଚାଳନା କରିଥିବା ବେଳେ ଦେବୀ ପ୍ରସାଦ ବେମାଲ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ।