୧୨ ଟି ସନ୍ତାନର ମାଆ ୩ ଥର ‘ଯାଆଁଳା’ ଜନ୍ମ ଦେଇଛନ୍ତି, ସମସ୍ତଙ୍କ ନାମ C ରୁ ଆରମ୍ଭ

ପ୍ରତ୍ୟେକ ମହିଳା ମାଆ ହେବା ପରେ ତାଙ୍କ ଜୀବନରେ ସବୁକିଛି ବଦଳିଯାଏ । ପିଲାମାନଙ୍କର ଯତ୍ନ ନେବା କିଛି କମ୍ କଥା ନୁହେଁ, ଏହି କାରଣରୁ ଆଜିର ସମୟରେ ଲୋକମାନେ କେବଳ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଭିତରେ ସୀମିତ ରହୁଛନ୍ତିି । କିନ୍ତୁ ଜଣେ ଆମେରିକୀୟ ମହିଳା ବୋଧହୁଏ ମା ହେବାର ଆନନ୍ଦକୁ ଏତେ ପସନ୍ଦ କରନ୍ତି ଯେ ଗୋଟେ କିମ୍ବା ଦୁଇଟି ନୁହେଁ, ୧୨ ଟି ସନ୍ତାନର ମାଆ ହୋଇପାରିଛନ୍ତି । ଆମେରିକାର ମେକ୍ସିକୋର ବାସିନ୍ଦା କ୍ରିସ୍ ଓ ତାଙ୍କ ପତ୍ନୀ କୋର୍ଟନି ରୋଜର୍ସ । କୋର୍ଟନିଙ୍କର ବୟସ ୩୮ ବର୍ଷ । ଏହି ବୟସରେ ସେ ୧୨ ସନ୍ତାନର ମାଆ ହୋଇଛନ୍ତି । ସମସ୍ତ ପିଲାଙ୍କର ବୟସ ୧୨ ବର୍ଷରୁ କମ୍ । ଜଣେ ମହିଳା ଏତେ ସନ୍ତାନ ଜନ୍ମ ହେବା ଆଶ୍ଚର୍ଯ୍ୟଜନକ ମନେହୁଏ । ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ମହିଳା ଜଣକ ୩ ଥର ‘ଯାଆଁଳା’ ସନ୍ତାନ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଦମ୍ପତ୍ତି ବେଶ୍ ପରିଚିତ । କାରଣ ସେମାନେ ଏତେଗୁଡ଼ିଏ ଛୋଟ ପିଲାଙ୍କୁ କିପରି ଦେଖାଶୁଣା କରନ୍ତି, ତାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସବୁଠୁ ବଡ଼କଥା , ସମସ୍ତ ପିଲାମାନଙ୍କର ନାମର ପ୍ରଥମ ଅକ୍ଷର ସିରୁ ଆରମ୍ଭ । ଯେମିତି କି କ୍ଲିଣ୍ଟ୍‌, କ୍ଲେ, କେଡ, କଲି, କ୍ୟାଶ, କଲ୍ଟ , କେସି,କ୍ୟାଲେନା, କେଡି, କାର୍ଲୀ, କାରିସ, ଏବଂ କାମ୍ବ୍ରିଆ । କୋର୍ଟନି କୁହନ୍ତି, ମୋତେ ମାଆ ହେବା ବହୁତ ପସନ୍ଦ । ମୁଁ ପିଲାମାନଙ୍କୁ ବହୁତ ଭଲପାଏ । ସେମାନଙ୍କ ବାପାଙ୍କ ନାମ ‘ସି’ ଅକ୍ଷରରୁ ଆରମ୍ଭ ହୋଇଥିବାରୁ ପିଲାମାନଙ୍କ ନାମ ମଧ୍ୟ ‘ସି’ରୁ ଆରମ୍ଭ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.