ବେଆଇନ ବାଲି ଚାଲାଣ: ପ୍ରଶାସନ ପକ୍ଷରୁ ୪ ଟ୍ରାକ୍ଟର ଜବତ, ଜୋରିମାନା ଆଦାୟ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଟିଟିଲାଗଡ଼ ତହସିଲ ଅଧୀନରେ ଥିବା ନାରେନ ଉନ୍ଦେର ନଦୀ ବାଲିଘାଟରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ୪ଗୋଟି ଟ୍ରାକ୍ଟରକୁ ଜବତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ଆଜି ବୁଧବାର ମଧ୍ୟାହ୍ନ ସମୟରେ ବାଲିଘାଟରୁ ଟ୍ରାକ୍ଟର ଯୋଗେ ଟିଟିଲାଗଡ଼କୁ ବାଲି ଚାଲାଣ ହେଉଥିବା ଖବର ବିଶ୍ବସ୍ତ ସୂତ୍ରରୁ ପାଇଥିଲେ ପ୍ରଶାସନ।  ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ତତ୍ୱବଧାନରେ ତହସିଲଦାର ଦାୟିତ୍ୱରେ ଥିବା ଚନ୍ଦ୍ରପ୍ରକାଶ ଦେହୁରୀ ରାସ୍ତାରେ ଏହି ଟ୍ରାକ୍ଟର ମାନଙ୍କୁ ଅଟକାଇ ଯାଞ୍ଚ କରିବା ସହ କାଗଜପତ୍ର ଦେଖିଥିଲେ। ଏଥିରେ ଧରାପଡ଼ିଥିବା ଟ୍ରାକ୍ଟରଗୁଡିକ ହେଲା ଓଡି ୦୩ ଟିସି ୨୧୫, ଓଡି ୦୩ ଏମ୍ ୮୩୧୦, ଓଡି ୦୩ ଟି ୮୩୨୯ ଏବଂ  ଓଡି ୦୩ ଟିଭି ୨୧୨। ଏହି ଟ୍ରାକ୍ଟର ଗୁଡିକୁ ଜବତ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଉକ୍ତ ଟ୍ରାକ୍ଟର ମାନଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ଏଭଳି ଧରପଗଡକୁ ନେଇ ଟିଟିଲାଗଡ଼ର ଟ୍ରାକ୍ଟର ମାଲିକମାନେ ଭୟଭିତ ହୋଇପଡିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.