ଲାଞ୍ଜିଗଡ଼ଠାରେ ଶାନ୍ତିପୂର୍ଣ୍ଣ ଭାବେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଦେଇଛନ୍ତି। ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ୬ନମ୍ବର ରାଜ୍ୟ ରାଜପଥର ପୋଖରୀବନ୍ଧ ଛକ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସହ ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ଘନଶ୍ୟାମ ବେହେରା,ଲାଞ୍ଜିଗଡ଼ ବ୍ଲକ ସଭାପତି ଟଙ୍କଧର ଗଉଡ, ଉପସଭାପତି ହରପ୍ରସାଦ ଗଉଡ଼, ସମ୍ପାଦକ ଅକ୍ଷୟ ଦୋରା,ସହ ସମ୍ପାଦକ ସୁଶିଲ କୁମାର ଜାଲ, କୋଷାଧ୍ୟକ୍ଷ ଅଶ୍ଵିନୀ ଗଉଡ଼ଙ୍କ ନେତୃତ୍ୱରେ ବ୍ଲକର ଶତାଧିକ ଡ୍ରାଇଭର ସାମିଲ ହୋଇ ରାସ୍ତା ଅବରୋଧ କରିଛନ୍ତି। ଏହା ସହିତ ଜିଲ୍ଲାର ବିଭିନ୍ନ ଛକ ମାନଙ୍କରେ ପିକେଟିଂ କରି ପୋଷ୍ଟର ଧରି ଆନ୍ଦୋଳନ ଜାରୀ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ବିଶ୍ୱନାଥପୁର ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ମୂଖ୍ୟ ଦାବି ଭିତରେ ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ। ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି। କିନ୍ତୁ କୈାଣସି ଫଳପ୍ରଦ ନହେବାରୁ ଆଜିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନ ଡ଼ାକରା ଦେଇଛି ଡ୍ରାଇଭର ମହାସଂଘ। ଏହି ଆନ୍ଦୋଳନ ବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍ ଦିଆଯାଇଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.