ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ପ୍ରେମରେ ଧୋକା ଖାଇବା ପରେ ହ୍ବାଟସଆପରେ ଷ୍ଟାଟସ୍ ଦେଇ ଯୁବକର ଆତ୍ମହତ୍ୟା l ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁ ଚୁଆଁ ଗାଁରେ l ମୃତ ଯୁବକ ହେଲେ ଧର୍ମଗଡ ଥାନା ଅଏଁଲାଜୋର ଗାଁର ହିମାଂଶୁ ଭଇଁସାଲ l ସେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ମୃତ୍ୟୁରେ କିଏ ଦାୟୀ ନୁହଁ, ଜଣେ ଝିଅ ତାକୁ ଧୋକା ଦେଇଥିବାରୁ ସହି ନ ପାରି ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି l ତା ବିନା ବଞ୍ଚିବା ସମ୍ଭବ ନୁହେଁ l ବିଳମ୍ବିତ ରାତିରେ ନିଜ ମୋବାଇଲରେ ଟାଟସ ଦେଇ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡିଛି l ଯୁବକ ଜଣେ ଭାଲୁଚୁଆ ଗ୍ରାମରେ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ l ସକାଳ ପାହିଲା ବେଳକୁ ଲୋକମାନେ ଦେଖି କୋକସରା ପୋଲିସକୁ ଖବର ଦେଇଥିଲେ ତେବେ ତାଙ୍କ ମୋବାଇଲ ଟାଟସ ଭାଇରାଲ ହୋଇଥିବା ଯୋଗୁଁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସନ୍ଧେହ କରାଯାଉଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି l ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଆସି ପାରିବ ବୋଲି ପୋଲିସ ସୂଚନା ଦେଇଛି l