ଜେକେ କାଗଜ କଳକୁ ୱାର୍ଲ୍ଡ ସିଏସ୍ଆର କଂଗ୍ରେସ ତରଫରୁ ଏଚ୍ଆର୍ ଲିଡର ସିପ୍ ଓ ସିଏସ୍ଆର ଲିଡରସିପ୍ ପୁରସ୍କାର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭୁବନେଶ୍ବର ସ୍ଥିତ ସ୍ୟାଣ୍ଡି ଟାୱାର ଠାରେ ୱାର୍ଲ୍ଡ ସିଏସ୍ଆର କଂଗ୍ରେସ ତରଫରୁ ୫ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୪ ଟି ବୃହତ୍ ଓ ୨୦ ଟି ମଧ୍ୟମ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ଭାଗ ନେଇଥିଲେ। ମାନବ ସମ୍ବଳ ଓ ସାମାଜିକ ଦାୟିତ୍ଵ ବୋଧରେ ଉତ୍କୃଷ୍ଠତା ପ୍ରଦର୍ଶନ କରି ଥିବା ହେତୁ ରାୟଗଡା ଜିଲ୍ଲାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେକେ କାଗଜ କଳକୁ ସିଏସ୍ଆର ଲିଡର ସିପ୍ ଓ ଏଚ୍ଆର ଲିଡର ସିପ୍ ପୁରସ୍କାର ପ୍ରଦାନ କରାଯାଇଛି । ଜେକେ କାଗଜ କଳ ତରଫରୁ ମହାପ୍ରବନ୍ଧକ (ମାନବ ସମ୍ବଳ ବିକାଶ) ସନ୍ଦୀପ ପାଣ୍ଡେ ଓ ଉପ ପ୍ରବନ୍ଧକ (ସାମାଜିକ ଦାୟିତ୍ଵ ବୋଧ ) ମିଳନ ଲେଙ୍କା ଯୋଗଦାନ କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୁରୀ ଭାବରେ ଦ ଇକୋନୋମିକ୍ସର ଭୂତ ପୂର୍ବ ସଭାପତି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଅରୁଣ ଆରୋରା, ପ୍ରୋଫେସର ଇନ୍ଦିରା ପାରିଖ ,ସଭାନେତ୍ରୀ ଅନ୍ତରଦିଶା ଏଚ୍ ଆର ଲିଡର, ଡଃ ସୌଗତ ମିଶ୍ର, ପରିଚାଳନା ନିର୍ଦ୍ଦେଶକ ନେସନାଲ ଡାଏରୀ ଡେଭେଲପମେଣ୍ଟ ବୋର୍ଡ ଓ ସଞ୍ଜୟ ମୁଠାଲ ପ୍ରମୁଖ ଜୁରୀ ଭାବରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଓ ଓଟିଡିସି ଚେୟାରମ୍ୟାନ ଲେଲିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପ ସଭାପତି ବିନୟ ଦ୍ଵିବେଦୀ ଏଚ୍ଆର୍ ଟିମ୍ ଓ ସିଏସ୍ଆର୍ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.