ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଅର୍କାବାହାଲି ପଡା ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚକ୍ରଧର ଠାକୁରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଇଓ ସୁନନ୍ଦା ପଣ୍ଡା, ସମ୍ମାନିତ ଅତିଥି ଏବିଇଓ ଜୟ କୁମାର ମାଝୀ, ଏବିଇଓ ହୃଷୀକେଶ ନାଏକ, ଏବିଇଓ ଜଗଦୀଶ ଚନ୍ଦ୍ର ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣାର କର୍ମଚାରୀ ଅକ୍ଷୟ କୁମାର ପଣ୍ଡା, ଲୋକନାଥ ନାଏକ, ଅରୁଣ କୁମାର ମିଶ୍ର, ଶୁଭ୍ରାଂଶୁ ଆଚାର୍ଯ୍ୟ, ହରିପ୍ରୀୟା ସାହୁ, ଅରୁଣ କୁମାର ବିଷୋୟୀ, ସିଆରସିସି ବିଶ୍ୱଜିତ ରାୟ, ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଫୁଲ୍ଲ କୁମାର ଠାକୁର, ଶିକ୍ଷକ ଡିଲେଶ୍ୱର ରଣା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀ ଠାକୁରଙ୍କ ବୃତ୍ତିଗତ ଜୀବନର ସ୍ମୃତିଚାରଣ ସହ ତାଙ୍କର ସୁଭବିଷ୍ୟତ କାମନା କରିଥିଲେ।