ଫତକାବାହାଲି ସ୍କୁଲରେ ଶିକ୍ଷକ ପଧୁଲୋଚନ ଭୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଫତକାବାହାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଧୁଲୋଚନ ଭୋଇ ନିଜ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୧୨ ବର୍ଷ ହେଲା ସେ ଏହି ବିଦ୍ୟାଳୟରେ ଅଧ୍ୟାପନା କରି ଅନେକ ଉତ୍ତମ ଶିକ୍ଷାର୍ଥୀ ସୃଷ୍ଟି କରି ପାରିଛନ୍ତି । ଜଣେ ମେଳାପୀ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ଆଜି ଫତକାବାହାଲି ସ୍କୁଲ ପରିସରରେ ଏନେଇ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଅତିଥି ଭାବେ ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମିତ କୁମାର ଶର୍ମା, ଶିକ୍ଷକ ହେମନ୍ତ ସାହୁ, ବିଦ୍ୟାଳୟ ପରିଚାଳନାରେ କମିଟି ଅଧ୍ୟକ୍ଷ ଚିତ୍ରସେନ ମାଝୀ, ପୂର୍ବତନ ସ୍କୁଲ ସଭାପତି ଲିଙ୍ଗରାଜ କରୁଆଁ, ଗାଡେବନ୍ଧ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ପୁରନ୍ଧର ମାଝୀ, ସ୍କୁଲ କମିଟିର ସମସ୍ତ ସଦସ୍ୟ, ଗ୍ରାମର ବହୁ ଲୋକଙ୍କ ସମେତ ଅନେକ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶ୍ରୀ ଭୋଇଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଅବସରପ୍ରାପ୍ତ ଶିକ୍ଷକଙ୍କ ଶିକ୍ଷାଦାନ ପଦ୍ଧତି ଉପରେ ଆଲୋକପାତ କରିଥିବାବେଳେ ଶ୍ରୀ ଭୋଇ ଭାବବିହ୍ୱଳ ହୋଇ ଉଠିଥିଲେ ‌। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଅତିଥିମାନେ ଏକ ଶୋଭାଯାତ୍ରାରେ ଶ୍ରୀ ଭୋଇଙ୍କୁ ତାଙ୍କ ପୁଜିପଦର ସ୍ଥିତ ବାସଭବନରେ ନେଇ ଛାଡିଥିଲେ । ସେଠାରେ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ପଧୁଲୋଚନ ଭୋଇ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.