କଲମପୁରରୁ ଗିରଫ ହେଲା ୧୦ ବର୍ଷରୁ ଅଧିକ ବର୍ଷ ଧରି ଫେରାର ଅଭିଯୁକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ଜନୈକ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ କରିଥିବା ନେଇ ଭବାନିପାଟଣା ଟାଉନ ଥାନାରେ ଅଭିଯୋଗ ହେଇଥିଲା। ଏହି ଅଭିଯୋଗ କୁ ଭିତ୍ତି କରି ଅଭିଯୁକ୍ତ ବିରୁଦ୍ଧରେ ଟାଉନ ଥାନା କେସ ନଂ ୯୭/୩୧, ୨୦୧୦ ରେ ମାମଲା ରୁଜୁ କରାଯାଇଥିଲା। ଏହା ସହ ଜୁନାଗଡ଼ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗୁଡା ଗ୍ରାମର ଧନୁର୍ଯ୍ୟ ଗହୀର ଓରଫ୍ ଧନୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଧନୁର୍ଯ୍ୟ ଜାମିନରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଧନୁର୍ଯ୍ୟ ଫେରାର ମାରିଥିଲା। ମାନ୍ୟବର କୋର୍ଟ ଘଟଣାର ବିଚାର କରି ଅଭିଯୁକ୍ତ ଧନୁର୍ଯ୍ୟ କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ଧନୁର୍ଯ୍ୟ ଫେରାର ହେବାସହ କଲମପୁର ଅଞ୍ଚଳରେ ନିଜ ନାମକୁ ବଦଳାଇ ସୁମିତ ଗଣ୍ଡ ନାମରେ ପରିଚିତ ହେଇ ଆତ୍ମଗୋପନ ଦୀର୍ଘ ବର୍ଷ ଧରି ରହି ଆସିଥିଲା। କିନ୍ତୁ ନିକଟରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ ଓ୍ବାରେଣ୍ଟ ଜାରି କରାଯାଇଥିଲା। ଏହାସହ କଲମପୁର ଅଞ୍ଚଳରେ ସେ ଆତ୍ମଗୋପନ କରିଥିବା ସୂଚନା ଦିଆଯାଇଥିଲା। ଏହି ସୂଚନା ସହ ସ୍ଥାନୀୟ କିଛି ସୂତ୍ରରୁ ଜଣାପଡିଥିଲା ସୁମିତ ଗଣ୍ଡ ହିଁ ଧନୁର୍ଯ୍ୟ ଗହୀର। ତେଣୁ କଲମପୁର ଥାନାର ଏଏସଆଇ ଶେଖର ଜେନା ରବିବାର ଭୋରରୁ ଧନୁର୍ଯ୍ୟ ଓରଫ୍ ସୁମିତକୁ ଧରିବାରେ ସଫଳ ହୋଇଥିଲେ। ଏହାର ପରବର୍ତ୍ତୀ ସମୟରେ ଜୁନାଗଡ଼ ଥାନାର ଏସଆଇ ଥବିର ବରିହାଙ୍କୁ ହସ୍ତାନ୍ତର କରିଥିଲେ। ଜୁନାଗଡ଼ ଥାନାରେ ଘଟଣା ସମ୍ବନ୍ଧରେ ଅନୁଧ୍ୟାନ କରି ଧନୁର୍ଯ୍ୟ ଏବଂ ସୁମିତ ଜଣେ ମାତ୍ର ବ୍ୟକ୍ତି ଭାବେ ଚିହ୍ନଟ କରିଥିଲେ। ଏହି ମାମଲା ଭବାନିପାଟଣା ଟାଉନ ଥାନା ଅନ୍ତର୍ଗତ ହେଇଥିବା ଯୋଗୁଁ ଆସନ୍ତା କାଲି ଟାଉନ ଥାନାରେ ଅଭିଯୁକ୍ତକୁ ହସ୍ତାନ୍ତର କରାଯିବ ବୋଲି ଏସଆଇ ଶ୍ରୀ ବରିହା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.