ହିଂସାରେ ଜଳୁଛି ପାକିସ୍ତାନ; ହିଂସା ପାଇଁ ବିଜେପି, ଆରଏସଏସ ଲୋକ ପଠାଇଛି ବୋଲି ପ୍ରଳାପ କଲା ଶତ୍ରୁ ଦେଶ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ହିଂସାରେ ଜଳୁଛି ପାକିସ୍ତାନ।  ଦେଶରେ ଭିକ ମଗା ପରିସ୍ଥିତି ବେଳେ ଶାସକ-ବିରୋଧୀ ଦଳ ମଧ୍ୟରେ ପ୍ରତିଶୋଧ ପରାୟଣ ରାଜନୀତି ଆଉ ପରେ ହିଂସା ପାଇଁ ଜଳୁଛି ପଡ଼ୋଶୀ। ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ  ଶେହବାଜ ସରିଫଙ୍କ ସ୍ୱତନ୍ତ୍ର ସହାୟକ ଅଟ୍ଟା ତରାର କହିଛନ୍ତି ଯେ, ପାକିସ୍ତାନରେ ବିରୋଧ ପ୍ରଦର୍ଶନ ସମୟରେ ଯେଉଁ ଭଙ୍ଗାରୁଜା ଓ ନିଆଁ ଲାଗିଛି, ସେଥିପାଇଁ ଭାରତରୁ ଆରଏସଏସ ଓ ବିଜେପି ପକ୍ଷରୁ ପଠାଯାଇଥିବା ଲୋକ ଦାୟୀ। ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ତରାର ଏଭଳି ଦାବି କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମର୍ଥକମାନେ ଇମ୍ରାନଙ୍କ ଗିରଫଦାରୀକୁ ବିରୋଧ କରି ରାସ୍ତାକୁ ଓହ୍ଲାଇ ସେନାର ବରିଷ୍ଠ ଅଧିକାରୀଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଛନ୍ତି। ଏହାପରେ ଏଭଳି ଏକ ଅବାନ୍ତର ଯୁକ୍ତି ରଖି ସରକାରୀ ଅଧିକାରୀ ଭାରତର ଶାସକ ଦଳ ବିରୋଧରେ ମନ୍ତବ୍ୟ ଦେଇ ନିଜ ଦାୟିତ୍ୱରୁ ଖସିଯିବାକୁ ପ୍ରୟାସ କରିଛି। ପାକିସ୍ତାନରେ ଭଙ୍ଗାରୁଜା ଓ ପୋଡାଜଳାରେ ଯେଉଁମାନେ ସାମିଲ ହୋଇଥିଲେ ସେମାନେ ବିଜେପି ଓ ଆରଏସଏସ ସହ ଜଡିତ ବୋଲି ତରାର ଅଭିଯୋଗ କରିଛନ୍ତି। ଏହି ବିରୋଧ ପ୍ରଦର୍ଶନ ପରେ ଭାରତରେ ଉତ୍ସବ ପାଳନ ହେଉଥିଲା ବୋଲି ସେ ଦାବି କରିଛନ୍ତି। ଆଉ ଭାରତରେ ମିଠା ବାଣ୍ଟିବା ମଧ୍ୟ ହେଉଥିଲା। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଆରଏସଏସ ଏହି ଘଟଣା ପାଇଁ ନିର୍ଦ୍ଦେଶ ଦେଇଥିଲା।

Omkar Vasthu
Omkar Vasthu

ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ବାହାରୁ ଇମ୍ରାନଙ୍କୁ ଗିରଫ କରାଯିବା ପରେ ସାରା ଦେଶରେ ହିଂସାତ୍ମକ ବିଶୃଙ୍ଖଳା ଓ ବ୍ୟାପକ ଅଶାନ୍ତି ଦେଖାଦେଇଥିଲା। ବିକ୍ଷୋଭକାରୀମାନେ ଟାୟାର ଜାଳିଦେବା ସହ ରାଓ୍ବଲପିଣ୍ଡିର ଜେନେରାଲ୍ ମୁଖ୍ୟାଳୟକୁ ଯାଉଥିବା ରାସ୍ତାରେ ଇଟା ଓ ପଥର ଫିଙ୍ଗିଥିଲେ। ଇସଲାମାବାଦ, ଲାହୋର, କରାଚି ଏବଂ ପେଶାଓ୍ୱାର ସମେତ ଅନ୍ୟ ପ୍ରମୁଖ ସହରରେ ମଧ୍ୟ ପିଟିଆଇ ସମର୍ଥକମାନେ ମୁଖ୍ୟ ରାଜପଥ ଅବରୋଧ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବିକ୍ଷୋଭକାରୀଙ୍କ କ୍ରୋଧର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ସାମରିକ ପ୍ରତିଷ୍ଠାନ, ଏବଂ ସେମାନେ ରାଓ୍ୱଲପିଣ୍ଡି, ସାମରିକ ନିୟନ୍ତ୍ରିତ ଅଞ୍ଚଳ ଏବଂ ଅନ୍ୟାନ୍ୟ ସାମରିକ ପରିଚାଳିତ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି। ଇମ୍ରାନଙ୍କୁ କ୍ଷମତାରୁ ହଟାଇବା ପାଇଁ ସେନା ଷଡଯନ୍ତ୍ର କରିଥିବା ଇମ୍ରାନଙ୍କ ସମର୍ଥକ ଦାବି କରିଛନ୍ତି। ବିକ୍ଷୋଭ ଜୋରଦାର ହେବାରୁ ପୁଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ଲାହୋରରେ ଥିବା କର୍ପସ କମାଣ୍ଡରଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ ଇମ୍ରାନଙ୍କ ସମର୍ଥକ।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.