ନର୍ଲାରୋଡ଼ ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ; ମନ୍ଦିର ଓ ମା ଦୁର୍ଗାଙ୍କ ମହାସ୍ନାନ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ଼ ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବାକୁ ରହିଥିବା ବେଳେ ଆଜି ଚତୁର୍ଥ ଦିନରେ ଚାଲିଛି ଯଜ୍ଞ ଓ ହୋମାହୂତି କାର୍ଯ୍ୟକ୍ରମ । ହୋମ ଯଜ୍ଞରେ ପ୍ରକମ୍ପିତ ହେଉଛି ନର୍ଲାରୋଡ଼ । ମନ୍ଦିର ପ୍ରାଣ ପ୍ରତିଷ୍ଠାର ପୂଜା କର୍ତ୍ତା ପ୍ରଜ୍ଞା କେଡ଼ିଆ ଓ ବିମଲ କୁମାର କେଡ଼ିଆ, ମମତା ଜୈନ ଓ ହମେଶ କୁମାର ଜୈନ, ତରୂଲତା ବିଶ୍ଵାଳ ଓ ଜହଲାଲ ବିଶ୍ଵାଳ, ମଞ୍ଜୁ ଜୈନ ଓ କମରଲାଲ ଜୈନ, ଅମର ରାଉତ ଓ ସତ୍ୟଭାମା ରାଉତ ଏଭଳି ପଞ୍ଚ ଦମ୍ପତି ଯୋଡି ପୂଜା କର୍ତ୍ତା ଭାବରେ ଆହୂତି ପ୍ରଦାନ କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତକାଲି ଯଜ୍ଞର ତୃତୀୟ ଦିବସରେ ଯଜ୍ଞ କୁଣ୍ଡରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ମୁଖ୍ୟ ମନ୍ଦିର ସମ୍ମୁଖରେ ପାଞ୍ଚ ଜୋଡି କର୍ତ୍ତା ବସି ଚାଲିଥିଲା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ । ପାଞ୍ଚ ଯୋଡି କର୍ତ୍ତା ଦମ୍ପତି ସହିତ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସହ ପୁଷ୍ପାଞ୍ଜଳି ଅର୍ପଣ ଓ ଗୋମାତାଙ୍କୁ ଫଳ ଖୁଆଇଥିଲେ । ଦିବା ୧୧ ଘଣ୍ଟା ସମୟରେ ମନ୍ଦିର ଏବଂ ଦୁର୍ଗା ଦେବୀଙ୍କ ପ୍ରତିମୂର୍ତ୍ତିକୁ ସ୍ନାନ କରାଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏନେଇ ଶୁକ୍ରବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ ମନ୍ଦିର ଯାଏଁ ଅଢେଇ କିମି ବ୍ୟାପୀ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୧୦୦ ରୁ ଉର୍ଦ୍ଧ୍ବ ଭକ୍ତ ସାମିଲ ହୋଇଥିଲେ । ୧୦୦୦ ରୁ ଉର୍ଦ୍ଧ୍ବ ମହିଳା ଭକ୍ତ କଳସ ମୁଣ୍ଡେଇ ଯଜ୍ଞ ମଣ୍ଡପକୁ ନେଇ ଆସିଥିଲେ । ଗୁରୁବାର ପ୍ରଥମ ଦିନରେ ଅଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ହୋଇଥିଲା ।

Udyog Nursery
Udyogi Nursery

ସକାଳ ୯ ଘଣ୍ଟା ସମୟରେ ପ୍ରଥମ ପୂଜା ଭାବରେ ମା ଦୁର୍ଗା ମନ୍ଦିର ପରିସରରେ କାୟ ଶୋଧନ ନିମିତାର୍ଥେ ପଞ୍ଚଗବ୍ୟ ପ୍ରସ୍ତୁତି କରଣ ଓ ଚନ୍ଦ୍ର ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ସକାଳ ୧୦ ଘଣ୍ଟା ସମୟରେ ଅଙ୍କୁରାରୋପଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକ ଯାଜପୁରର ବ୍ରହ୍ମା ପଣ୍ଡିତ ଯଜ୍ଞାଚାର୍ଯ୍ୟ ରମେଶ କୁମାର ପତି, ଯଜ୍ଞାଚାର୍ଯ୍ୟ ଗୋବିନ୍ଦ ପାଢ଼ୀ ପରିଚାଳନା କରିଥିବା ବେଳେ ପଣ୍ଡିତ ମନୋରଞ୍ଜନ ପତି, ମହେଶ୍ବର ପଣ୍ଡା, ଇନ୍ଦ୍ରମଣି ପତି, ମଧୁସୂଦନ ପାଢ଼ୀ, ସୁବ୍ରତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁଲେଖଚନ୍ଦ ଜୈନ, ନନ୍ଦକିଶୋର ଜେନା, ଚକ୍ରଧର ସା, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ଜହରଲାଲ ବିଶ୍ଵାଳ, ରାଜା ପରିଡା, ମଧୁ ସୁଦନ ରାଉତ, ରାଜୀନ ସାହୁ, ସାନକୁନୁ ଚାନ୍ଦ, ସୁଲେଖ ଚନ୍ଦ ଜୈନ, ବାବୁଲା ମହାରଣା, ଦୀପକ ଜୈନ, ରମେଶ ଚନ୍ଦ୍ର ପାଢ଼ୀ, ଦୀପକ ଜେଠୁଆ, ଫକ ପାଢ଼ୀ, ବାବୁଲା ରାଉତ, ବିନାୟକ ମହନ୍ତ, ତୀର୍ଥ ବୁଦ୍ଧିଆ, ଓଁପ୍ରକାଶ ଚୌଧୁରୀ, ମୁକେଶ ଅଗ୍ରୱାଲ, ରାଜୀନ ସାହୁ, ଓଁ ପ୍ରକାଶ ପୂଝାରୀ, ଶରତ ଚନ୍ଦ୍ର ସାହାଣୀ, ପିତାମ ପ୍ରମୁଖ କଳସ ଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ମଧ୍ୟ ଆଜି ସକାଳ ୭ ଘଣ୍ଟା ସମୟରେ ଆରମ୍ଭ ହୋଇଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.