ଜାତୀୟ ଚିତ୍ର ଓ ଭାସ୍କର୍ଯ୍ୟ କର୍ମଶାଳା ଉଦଯାପିତ 

ପ୍ରଦର୍ଶିତ ହେଲା ଓଡ଼ିଶାର ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସଙ୍କ ଚିତ୍ରକଳା

ଓଡ଼ିଆ ବାର୍ତ୍ତା/ ପୋରବନ୍ଦର: ଗୁଜରାଟର ପୋରବନ୍ଦର ଠାରୁ ଜାତୀୟ ଲଳିତ କଳା ଏକାଡେମୀ ନୂଆଦିଲ୍ଲୀ ଦ୍ଵାରା ଆୟୋଜିତ ଜାତୀୟ ଚିତ୍ର ଓ ଭାସ୍କର୍ଯ୍ୟ କର୍ମଶାଳା ୨୨ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ରେ ଶେଷ ହୋଇଯାଇଛି । ଉକ୍ତ କର୍ମଶାଳା ରେ ୧୩ ଜଣ ଚିତ୍ର ଶିଳ୍ପୀ ଓ ୭ ଜଣ ଭାସ୍କର୍ଯ୍ୟ ଶିଳ୍ପୀ ନିଜର ସ୍ଵତନ୍ତ୍ର କଳା ସୃଷ୍ଟି କରି ଥିଲେ । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଡ଼ ନନ୍ଦଲାଲ ଠାକୁର, ଉପ ସଭାପତି ଦିଲ୍ଲୀ ଲଳିତ କଳା ଏକାଡେମୀ । ସମ୍ମାନିତ ଅତିଥି ବାବୁ ଭାଇ ବୋଖରିଆ କ୍ୟାବିନେଟ୍ ମନ୍ତ୍ରୀ, ଗୁଜୁରାଟ ଶ୍ରୀ ସରୁଜ ଭାଇ କାରିଆ ପୋର ଳବନ୍ଦର ମୁଖ୍ୟ ଯୋଗ ଦେଇ ଶିଳ୍ପୀ ମାନକୁ ମାନପତ୍ର ଓ ପୁଷ୍ପ ଗୁଛ ପ୍ରଦାନ କରିଥିଲେ । ଭାରତରୁ ମୋଟ ୧୪ଟି ରାଜ୍ୟରୁ ଯଥା – ଓଡ଼ିଶା, ତ୍ରିପୁରା, ପଶ୍ଚିମ ବଙ୍ଗ, ମେଘାଳୟ, ପଞ୍ଜାବ, ଆଣ୍ଡାମାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ରାଜ୍ୟରୁ ଶିଳ୍ପୀ ମାନେ ଯୋଗ ଦେଇଥିଲେ । ସେଥି ମଧ୍ୟରୁ ଓଡ଼ିଶାରୁ ଚିତ୍ର ଶିଳ୍ପୀ ନିକୁଞ୍ଜ ବିହାରୀ ଦାସ ଯୋଗ ଦେଇ ସେ ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ଚିତ୍ରଣ କରିଥିଲେ ଯାହା ତାଙ୍କର ଏହି ଚିତ୍ର ସେଠାକାର ସମସ୍ତଙ୍କୁ ମନକୁ ଆକୃଷ୍ଟ କରିଛି ।ଏହି ସବୁ ଚିତ୍ରକୁ ମହାରାଣା ଶ୍ରୀ ନାଟୱାର୍ସିନଜୀ ଆର୍ଟ ଗ୍ୟାଲେରୀ ରେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନି ଚାଲୁ ରହିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.