ବିବାହ କରିବେ ଋତୁରାଜ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳି ନ ପାରନ୍ତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଖେଳି ନ ପାରନ୍ତି ଋତୁରାଜ ଗାଏକ୍ୱାଡ । ଜୁନ ୭ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ହେବ । ଋତୁରାଜଙ୍କ ବାହାଘର ସେହି ସମୟରେ ହେଉଥିବାରୁ ସେ ଏଥିନେଇ ବିସିସିଆଇକୁ ଛୁଟି ମାଗିଥିଲେ । ଜୁନ ୫ରେ ଭାରତୀୟ ଟିମ ସହିତ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ୩ ଓ ୪ରେ ତାଙ୍କ ବାହାଘର ହେବ । କୋଚ ରାହୁଲ ଡ୍ରାଭିଡଙ୍କ ପରାମର୍ଶ କ୍ରମେ ଋତୁରାଜଙ୍କ ବଦଳରେ ଯଶସ୍ୱୀ ଜୈସ୍ୱାଲଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି । ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଜୈସ୍ୱାଲ ୧୪ ମ୍ୟାଚରୁ ୬୨୫ ରନ ସଂଗ୍ରହ କରି ଚୟନ କମିଟିଙ୍କୁ ପ୍ରଭାବିତ କରିପାରିଛନ୍ତି । ସେ ରଣଜୀ ଟ୍ରଫିରେ ମଧ୍ୟ ୫ ମ୍ୟାଚରେ ୪୦୪ ରନ ସଂଗ୍ରହ କରିଥିଲେ । ଦି ଓଭାଲରେ ଫାଇନାଲ ମ୍ୟାଚ ଖେଳାଯିବା ପରେ ଆଗାମୀ ଦିନିକିଆ ବିଶ୍ୱକପ ପାଇଁ କ୍ରୀଡାସୂଚୀ ଓ ଭେନ୍ୟୁ ତାଲିକା ଘୋଷଣା କରାଯିବ । ଭାରତରେ ଏଥିର ଦିନିକିଆ ବିଶ୍ୱକପ ଆୟୋଜିତ ହେଉଛି । ଏହା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଆୟୋଜିତ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.