ଖଲ୍ଲିକୋଟରେ ମାଗଣା ଗ୍ଲୁକମା ଓ ପରଳ ଚକ୍ଷୁ ଚିକିତ୍ସା ଶିବିରକୁ ଏକ ବର୍ଷ ପୂର୍ତ୍ତି

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଓ ସମରଝୋଳ ସ୍ତିତ ଶଙ୍କର ଚଷୁ ଚିକିତ୍ସା ଓ ସାଇଟ ସେଭର ଇଣ୍ଟେରନେସନାଲର ମିଳିତ ଅନୁକୂଲ୍ୟରେ ମାଗଣା ଗ୍ଲୁକୋମା ଓ ପରଲ ଚକ୍ଷୁ ଚିକିତ୍ସା ଶିବିର ଖଲ୍ଲିକୋଟ ଯୁବରାଜ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଶିବିରକୁ ଖଲ୍ଲିକୋଟ ଏନଏସି ଅଧକ୍ଷ ଇଂ.ନିରଞ୍ଜନ ବେହେରା ଉଦ୍ଘାଟନ କରିଥିଲେ l ଶିବିର ରେ ମୋଟ ୯୯ ଜଣ ଚଷୁ ରୋଗୀଙ୍କୁ ପରୀକ୍ଷା କରାଯାଇଥିବା ବେଳେ ୮ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା l ୧୫ ଜଣଙ୍କୁ ଅପରେସନ ପାଇଁ ପଠା ଯାଇଥିବା ବେଳେ ୯ ଜଣଙ୍କ ରେଟିନା ଓ ୧୨ ଜଣଙ୍କର ଗ୍ଲୁକୋମା ପରୀକ୍ଷା କରାଯାଇଥିଲା l ଉକ୍ତ ରୋଗୀମାନଙ୍କୁ କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଚକ୍ଷୁ ରୋଗୀମାନଙ୍କୁ ପରୀକ୍ଷା କରି ଚିକିତ୍ସା କରିଥିଲେ l ପ୍ରକାଶ ଥାଉକି ଖଲ୍ଲିକୋଟ ରାଣୀ ସୁଜ୍ଞାନୀ କୁମାରୀ ଦେଓଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିବା ମାଗଣା ଚକ୍ଷୁ ଚିକିତ୍ସା ଶିବିର ୧୨ ଗୋଟି ଲଗାତାର ଏକ ବର୍ଷ ବ୍ୟାପି ଆୟୋଜନ କରି ଜିଲ୍ଲା ରେକର୍ଡ ଭାଙ୍ଗିଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.