ରାକ୍ସିରେ ପଞ୍ଚାୟତ ସ୍ତରୀୟ କୃଷକ ବୈଠକ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଠାରେ ପଞ୍ଚାୟତ ସ୍ତରୀୟ କୃଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାକ୍ସି ସରପଞ୍ଚ ଯେମନ୍ତ ପୋଢଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଓ ସଫଳ ଚାଷୀ ନନ୍ଦୁଲାଲ ମାଝୀ ଯୋଗଦେଇ ଅଞ୍ଚଳର କୃଷି ଓ କୃଷକଙ୍କ ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ପଞ୍ଚାୟତର ଗୋଖରା, ଖାଇଚୁଆଁ, ବୁଢୀପଦର ଓ ରାକ୍ସି ଗ୍ରାମର ଚାଷୀମାନେ ଯୋଗଦେଇ କୃଷିକ୍ଷେତ୍ରର ସମସ୍ୟା ଉତ୍ଥାପନ କରିଥିଲେ । ରାକ୍ସିଠାରେ ଏକ କୃଷି ସମବାୟ ସମିତି ପ୍ରତିଷ୍ଠା ପାଇଁ ସଭାରେ ଦାବୀ ହୋଇଥିଲା । ରୁପ୍ରାରୋଡ ସେବା ସମବାୟ ସମିତି ଅଧିନରେ ରାକ୍ସି ପଞ୍ଚାୟତର ୪ ଗୋଟି ଗ୍ରାମ ରହିଛି । ଏସବୁ ଗାଁର ଚାଷୀମାନେ ୬ କିମି ଦୂର ରୁପ୍ରାରୋଡ ପେକ୍ସରୁ ସାର, ବିହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ଆଣିବାରେ ଅସୁବିଧା ହେଉଛି । ସରକାରଙ୍କ କୃଷି ଋଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଏହି ଅଞ୍ଚଳର କୃଷକମାନେ ଠିକ ଭାବରେ ପାଇପାରୁ ନାହାନ୍ତି । ଅନେକ ସମୟରେ ରାକ୍ସି ପଞ୍ଚାୟତର ଚାଷୀମାନେ ବୈଷମ୍ୟର ଶିକାର ହେଉଥିବା ଅଭିଯୋଗ ହୋଇ ଆସିଛି । ତେଣୁ ରାକ୍ସି ପଞ୍ଚାୟତରେ ଏକ କୃଷି ସମବାୟ ସମିତି ପ୍ରତିଷ୍ଠା ପାଇଁ ଦାବୀ ଜୋରଦାର ହୋଇଛି । ବୈଠକରେ ଚାଷୀ ଜନକ ଭୋଇ, ବିଶିକେଶନ ଦୀପ, ଓକିଲ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ବିଷ୍ଣୁ ଦାସ ବାଗ, ଟିକେରାମ ଗଉଡ, ବିଭିଷଣ ଧଙ୍ଗଡାମାଝୀ, ଶଙ୍କର ଭୋଇ, ଦେବରାଜ ମାଝୀ, ଲମ୍ବୋଦର ଭୋଇ, ରୋମାଞ୍ଚଳ ମାଝୀ, ଲିଙ୍ଗରାଜ ପୋଢ, ଦେବାଧି ଗଉଡ, ବିନୋଦ ଭୋଇ, ତିରନ ଗଉଡ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ‌।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.