ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଅତୁନୁ ସବ୍ୟସାଚୀଙ୍କ ସମୀକ୍ଷା ବୈଠକ

ଯୋଜନା କମିଟି ଦ୍ୱାରା ଅନୁମୋଦିତ ଅନୁଦାନର ଅଗ୍ରଗତିକୁ ନେଇ କଲେ ସମୀକ୍ଷା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ଦିନିକିଆ ରାୟଗଡା ଗସ୍ତ କରି ଯୋଜନା କମିଟି ଦ୍ୱାରା ଅନୁମୋଦିତ ଅନୁଦାନଗୁଡିକର ସଠିକ୍ ବିନିଯୋଗ ଏବଂ ବର୍ଷା ପୂର୍ବରୁ ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧିଙ୍କୁ ନେଇ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସୀମକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳାପାଳ ସ୍ୱଧାଦେବ ସିଂ, ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ, ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ, ଜିଲ୍ଳା ଯୋଜନା ଅଧିକାରୀଙ୍କ ସମେତ ବହୁ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ଜିଲ୍ଳାର ବିକାଶ ପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ ଅନୁଦାନଗୁଡିକ ପ୍ରଦାନ କରାଯାଉଛି ସେ ଅନୁଦାନଗୁଡିକ କିପରି ସଠିକ୍ ପ୍ରକଳ୍ପ ପାଇଁ ବିନିଯୋଗ ହେବ ସେଥିପାଇଁ ଅନେକ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଉଛି । ଜିଲ୍ଳାର ୩ଗୋଟି ନିର୍ବାଚନୀ ମଣ୍ଡଳିରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ନିକଟରେ ଅନୁଷ୍ଠିତ ହୋଇଥିବା ଜିଲ୍ଳା ଯୋଜନା କମିଟିରେ ଅନୁମୋଦନ ହୋଇଥିବା ପ୍ରକଳ୍ପଗୁଡିକ ନିମନ୍ତେ ଅନୁଦାନ ଏବଂ ଆବଶ୍ୟକ ଅନ୍ୟାନ୍ୟ ପ୍ରକଳ୍ପକୁ ନେଇ ଆଜି ସମୀକ୍ଷା ବୈଠକ କରାଯାଇଥିଲା ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର, ଶ୍ରଦ୍ଧା, ସଦଇଚ୍ଛା ଓ ଆର୍ଶିବାଦ ଏ ଅଂଚଳ ପ୍ରତି ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ କହିଛନ୍ତି ।

Udyog Nursery
Udyogi Nursery

ଜିଲ୍ଳାରେ ଆବଶ୍ୟକ ପଡୁଥିବା ଅନେକ କିଛି ପ୍ରକଳ୍ପ ଯେଉଁଥିରେ ଅର୍ଥର ଆବଶ୍ୟକତା ରହିଛି ଏବଂ ବିଭିନ୍ନ ପ୍ରକାର କୀର୍ତିରାଜ ସଂପର୍କରେ ଅନୁଧ୍ୟାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସହ ଆର୍ଥିକ ବ୍ୟବସ୍ଥା ମୁଖ୍ୟମନ୍ତ୍ର କରିବେ ଏବଂ ଯେତିକି ଅନୁଦାନ ମିଳିଛି ସେଥିରେ ଏହି ପ୍ରକଳ୍ପଗୁଡିକ କିପରି କ୍ଷୀପ୍ର ଗତିତରେ ଆଗକୁ ବଢିପାରିବ ଏଥି ନିମନ୍ତେ ପୈାରପାଳିକା, ବ୍ଳକ ଓ ଜିଲ୍ଳା ପରିଷଦ ସ୍ତରରେ ସମୀକ୍ଷା କରିବି ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ବିଶେଷ କରି ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.