ସୁବର୍ଣ୍ଣପୁରର ବିଭିନ୍ନ ମନ୍ଦିରରେ ସଂପନ୍ନ ହୋଇଛି ସ୍ନାନ ଯାତ୍ରା; ଅଣସରରେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ବଡ଼ ଜଗନ୍ନାଥ ମନ୍ଦିର, ଦଧିବାମନ ମନ୍ଦିର ଓ ଶ୍ରୀ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିରରେ ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦେବସ୍ନାନ ନୀତି ଅନଷ୍ଠିତ ହୋଇଯାଇଛି । ଏହି ଅବସରରେ ଵୃନ୍ଦାବନ ବିହାରୀ ମନ୍ଦିରରେ ସକାଳ ଘ ୭.୩୦ମିରୁ ମହାପ୍ରଭୁଙ୍କର ପୁରୁଷୋସୁକ୍ତ ମନ୍ତ୍ର ଦ୍ବାରା ମହାସ୍ନାନ ଷୋଡ଼ଷ ଉପଚାର ପୂଜା ଆରମ୍ଭ ହୋଇ ବାଳ ଭୋଗ, ମଙ୍ଗଳ ଆଳତୀ ଅନ୍ନ ଭୋଗ ଓ ପୁଷ୍ପାଞ୍ଜଳି ପରେ ସମସ୍ତ ଭକ୍ତ ମାନଙ୍କଙ୍କ ପାଇଁ ପ୍ରସାଦ ସେଵନର ବ୍ୟବସ୍ଥା ହୋଇଥିଲା l ବୃନ୍ଦାବନ ବିହାର ମନ୍ଦିର ଠାରେ ମୁଖ୍ୟ ପୂଜକ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୀତବାସ ମିଶ୍ର, ଶ୍ରୀତମ ମହାପାତ୍ର, ସୁଭରା ମିଶ୍ର, ସୁକଦେବ, କୁନା ନାଏକ, ସୁରୁଵାଵୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ସେହିପରି ଶ୍ରୀ ବଡ଼ ଜଗନ୍ନାଥ ମନ୍ଦିର ଠାରେ ପ୍ରଭୁଙ୍କ ପରମ ଭକ୍ତ ଶ୍ରୀବତ୍ସ ମଲ୍ଲିକ, ପୂଜକ ରାମ ଚନ୍ଦ୍ର ପୂଜାରୀ, ରାଜା ପୂଜାରୀ, ଜୟ ମିଶ୍ର, ମିଲନ ମିଶ୍ର, ଶିବ, ବଣ୍ଟି, ଜୟ ନାରାୟଣ ପ୍ରମୁଖ ସହଯୋଗ ରେ, ଶ୍ରୀ ଦଧି ବାମନ ମନ୍ଦିରରେ ମୁଖ୍ୟ ପୂଜକ ଦେବାଶିଷ ମିଶ୍ର, ଅଶୋକ ମିଶ୍ର ଓ ହରି ଶଙ୍କର ମିଶ୍ର, ଏବଂ ଜ଼ିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ଠାରେ ମଧ୍ୟ ପ୍ରମୁଖ ପୂଜକ ମାନଙ୍କ ତତ୍ୱାବଧାନରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମାର ସମସ୍ତ ପୂଜା ରୀତି ନୀତିରେ ସଂମ୍ପନ୍ନ କରାଯାଇଥିଲା l ସମସ୍ତ ମନ୍ଦିରରେ ସ୍ନାନଯାତ୍ରା ସମାପନ ହେବାପରେ ଚତୁର୍ଦ୍ଧାମୂର୍ତ୍ତି/ ଦଧିବାମନ ଅଣସର ଘରେ ପ୍ରବେଶ କରିଛନ୍ତି। ଆସନ୍ତା ନେତ୍ରୋତ୍ସବ ଦିନ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ଆଷାଢ଼ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.