ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ଏବଂ ଦଣ୍ଡପାଟ ଯୁବ ସେବା ସଂଗଠନର ପ୍ରୟାସ କ୍ରମେ ବେହେରାରେ ଚାଲିଛି ଟେଳରିଂ ପ୍ରଶିକ୍ଷଣ କେନ୍ଦ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଜିଲ୍ଲା, ଦଣ୍ଡପାଟ ଅଞ୍ଚଳର ସ୍ଵତନ୍ତ୍ର ପରିଚୟ ରହିଛି। ଏହି ଦଣ୍ଡପାଟ ମାଟିର ପ୍ରାକୃତିକ ସୌନ୍ଦର୍ଯ୍ୟ, କଳା, ସଂସ୍କୃତି ଏବଂ ପରମ୍ପରାର ନିଦର୍ଶନ ସବୁଠୁ ନିଆରା। ଏହି ଦଣ୍ଡପାଟ ଅଞ୍ଚଳର କେନ୍ଦ୍ର ସ୍ଥଳ ହେଉଛି ବେହେରା। ଏହି ମାଟିରେ ଜନ୍ମ ଲାଭ କରିଛି ଅନେକ ଶିକ୍ଷାନୁଷ୍ଠାନ, କଳା ସାଂସ୍କୃତିକ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ , ଧାର୍ମିକ ଅନୁଷ୍ଠାନ ଏବଂ କ୍ରୀଡା ଅନୁଷ୍ଠାନ। ତତ୍ ସହିତ ଏହି ଦଣ୍ଡପାଟ ଅଞ୍ଚଳ ବେହେରା ମାଟିରେ ସମସ୍ତ ଯୁବକ ମାନଙ୍କ ପ୍ରୟାସରେ ଜନ୍ମ ଲାଭ କରିଛି ଏକ ମହାନ୍ ସେବା ସଂଗଠନ। ନାଁଟି ତାର ଦଣ୍ଡପାଟ ଯୁବ ସେବା ସଂଗଠନ। ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦେବା ଭଳି ଛୋଟ ଛୋଟ ଜନ ହିତକାରୀ କାର୍ଯ୍ୟ କରି ଚର୍ଚ୍ଚାରେ ଏହି ସଂଗଠନ। ବର୍ତ୍ତମାନ ଏହି ଦଣ୍ଡପାଟ ମାଟି ବେହେରାରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ଏବଂ ଦଣ୍ଡପାଟ ଯୁବ ସେବା ସଂଗଠନ ଦ୍ବାରା ପରିଚାଳିତ ହେଉଛି ଏକ ଟେଲରିଂ ପ୍ରଶିକ୍ଷଣ କେନ୍ଦ୍ର। ଯାହାକି ବେହେରା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗତ ବର୍ଷ ନଭେମ୍ବର ୧ ତାରିଖରୁ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪୦ଜଣ ଅଞ୍ଚଳର ମହିଳା ,ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୪୦ ଜଣ ମହିଳା, ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ସମସ୍ତ ମହିଳା ଓ ଯୁବତୀ ମାନଙ୍କୁ ପ୍ରଶିକ୍ଷିକା ଭାବେ ସାବିତ୍ରୀ ନାଏକ ଓ ଚାନ୍ଦିନୀ ଭୋଇ ଟେଲରିଂ ପ୍ରଶିକ୍ଷଣ ଦେଉଛନ୍ତି। ଅତି ସୁନ୍ଦର ଭାବରେ ସମସ୍ତଙ୍କ ସହଯୋଗ କ୍ରମେ ଏହି ଟେଳରିଂ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳିତ ହେଉଅଛି।

Omkar Vasthu
Omkar Vasthu

ଅଞ୍ଚଳର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ଯରେ ଏହି ପ୍ରକାର କାର୍ଯ୍ୟକ୍ରମ ସବୁ କରା ଯାଉଛି ବୋଲି ଦଣ୍ଡପାଟ ଯୁବ ସେବା ସଂଗଠନର ସଭାପତି ଭବେଶ ଗଇଁତା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରଥମ ପର୍ଯ୍ଯାୟରେ ପ୍ରଶିକ୍ଷଣ ନେଇ ଥିବା ମହିଳା ଯୁବତୀ ମାନଙ୍କୁ ନେଇ ଏକ ଉତ୍ପାଦକ ଗୋଷ୍ଠୀ ଆରମ୍ଭ କରାଯାଇଥିବା ବେଳେ ଆଗାମୀ ସମୟରେ ମଧ୍ଯ ଏମିତି ଅଞ୍ଚଳର ମହିଳା ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ଗୋଟିଏ ଗାର୍ମେଣ୍ଟ ୟୁନିଟ ସ୍ଥାପନ କରାଯିବା ସହିତ ଭବିଷ୍ୟତରେ ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଯୁବ ସେବା ସଂଗଠନର ସଭାପତି ଭବେସ୍ ଗଏନ୍ତା, ସମ୍ପାଦକ ଭୁଜବଲ ନାଏକ ତଥା ସଦସ୍ୟ ରଜତ ବଂଶଲ୍ ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.