ସର୍ଗିଗୁଡା ପଞ୍ଚାୟତରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ, ୯୬ ଜଣ ଅଭିଯୋଗକାରୀ ତାଲିକାଭୁକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ପଞ୍ଚାୟତ ଗୁଡିକରେ ପ୍ରତି ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଥିବା ବେଳେ ଆଜି ସୋମବାର ୫।୬ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଠାରେ ବିଡ଼ିଓ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ନର୍ଲା ତହସିଲଦାର ଶଙ୍କର ବାଗ, ସିଡିପିଓ ନିବାସିନୀ ବିଶ୍ଵାଳ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ମହାନ୍ତି, ଓଏଲଏମ କର୍ମଚାରୀ ସନତ କୁମାର ସାହୁ, ସର୍ଗିଗୁଡା ଏଓ ଶ୍ରୀମତୀ ଦୀପ ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମି, ଗ୍ରାମ ପଞ୍ଚାୟତ କର୍ମଚାରୀ, ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ। ସର୍ଗିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପଞ୍ଜଳୀ ବୁଦ୍ଧିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି।

ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କିରଣ ଚନ୍ଦ୍ର ସାହୁ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଆରଏସ ସୁଶାନ୍ତ ସେଠୀ, ଯୋଗାଣ ସହାୟକ ଟଙ୍କଧର ସା, ଗ୍ରାମ ପଞ୍ଚାୟତ କର୍ମଚାରୀ ଶଙ୍କର ଗୌଡ଼ ଯଦୁ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ଆରଏଚ ୭୭ ଗୋଟି, ପିଡ଼ିଏସ ୧୨ ଗୋଟି ଓ ଅନ୍ୟାନ୍ୟ ୭ ଗୋଟି ଏଭଳି ୯୬ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକାଭୁକ୍ତ କରାଯାଇଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.