ଲାଞ୍ଜିଗଡ,୧୨/୫ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଭଟା ଗାଁରେ ହଇଜା ବ୍ୟାପିଛି । ଗତ କାଲି ଠାରୁ ଆରମ୍ଭ ହୋଇଥିବା ଏହି ରୋଗରେ ଅନେକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ଆଜି ଏହି ଗାଁର ୧୯ ଜଣ ହଇଜା ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶ୍ବନାଥପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ କେଉଁ କାରଣ ପାଇଁ ହଠାତ୍ ଏହି ରୋଗ ତା’ର କାୟାବିସ୍ତାର କଲା ତାହା ସ୍ପଷ୍ଟ ହୋଇନାହିଁ । ଏଦିଗରେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ) ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇