ରାୟଗଡ,୧୩/୫ : ଓଡିଶାର ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ସମେତ ବହୁ ଜିଲ୍ଲାରେ ଗତ ୩ ତାରିଖ ଦିନ ସାମୁଦ୍ରିକ ଝଡବାତ୍ୟା “ଫନି” ଯେଉଁ ସବୁ କ୍ଷୟକ୍ଷତି କରି ଦେଇ ଚାଲି ଯାଇଛି ତାହାକୁ ପୁଣିଥରେ ଭରଣ କରିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଦେଶର କୋଣ ଅନୁକୋଣରୁ ବହୁ ସଂସ୍ଥା, ଅନୁଷ୍ଠାନ ସମେତ ବଦାନ୍ୟ ବ୍ୟକ୍ତି ବିଶେଷମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରି ଅସୁଛନ୍ତି । ଏହି ମର୍ମରେ ରାୟଗଡ ଜିଲ୍ଲା ଚାନ୍ଦିଲି ଥାନା ଅଧିନସ୍ଥ ଥେରୁବାଲି ଫାଣ୍ଡି ଅଧିକାରୀ ସବ୍ ଇନ୍ସପେକ୍ଟର ତପନ କୁମାର ମୋହାଲିଙ୍କ ନେତୃତ୍ବରେ ରବିବାର ଦିନ ୨୦ ବସ୍ତା ଚାଉଳ, ୩ ବସ୍ତା ଚୁଡା , ୪ ବସ୍ତା ବିସ୍କୁଟ ସହ ବିଶୁଦ୍ଧ ପାଣି ପାଉଚ୍ ୬୨ ବସ୍ତା ସ୍ଥାନୀୟ ଥେରୁବାଲି ଅଂଚଳରୁ ସଂଗ୍ରହ କରାଯାଇ ରିଲିଫ ପାଣ୍ଠିକୁ ରାୟଗଡ ପୋଲିସ ସହାୟତାରେ ପଠାଯାଇଛି । ଥେରୁବାଲି ପଂଚାୟତ ସରପଂଚ ପ୍ରହଲ୍ଲାଦ ହିକକା, କେ.ଆପନ୍ନା, ଅକ୍ଷୟ କୁମାର ପାତ୍ର, ଅନୁପା ବିସ୍କୋସା, ଅଭିମନ୍ୟୁ ଗାଣ୍ଟା, ଧନପତି କଣ୍ଡାଗରି, ଗୋପାଳ ହିକକା, ପ୍ରତାପ ପାଣିଗ୍ରାହୀ, ବ୍ୟାସମଣି ଭାଗତ, ଜଗଦିଶ ମହାପାତ୍ର, ଧର୍ମାରାଓ ନେମାଲପୁରୀ, ଚନ୍ଦ୍ର ମହାନନ୍ଦିଆ, ନାରାୟଣଚନ୍ଦ୍ର ରାୟ, ଗଙ୍ଗାଧର ହିକକାଙ୍କ ସମେତ ଥେରୁବାଲି ସ୍ଥିତ ଡିପି କ୍ୟାମ୍ପର ବଣିକ ସଂଘ ପକ୍ଷରୁ ମଧ୍ୟ ରିଲିଫ ସାମଗ୍ରୀ ପଠାଯାଇଛି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇