କିଡନୀ ରୋଗରେ ପିଡିତ କ୍ଷୀରସିନ୍ଧୁ ପାଖରେ ପହଞ୍ଚିଲା ଡାକ୍ତରୀ ଦଳ

ଓଡିଆ ବାର୍ତ୍ତା ପ୍ରଭାବ

କୋକସରା,୧୩/୫, କିଡନୀ ରୋଗରେ ପୀଡିତ ହୋଇଥିବା ଖୁଣ୍ଟିଆ ଗ୍ରାମର କ୍ଷୀରସିନ୍ଧୁ ଦୁର୍ଗା (୫୩) ଅର୍ଥଭାବରୁ ଘରେ ପଡିରହିଥିବା ଖବର ଶନିବାର ଓଡ଼ିଆ ବାର୍ତା odiabarta.in ର ୱେବ ପୋର୍ଟାଲ ଓ ଭିଜୁଆଲ ଖବର ପ୍ରଥମେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇଲା ପରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ନିଦ୍ଦେର୍ଶ କ୍ରମେ (ଆଜି) ସୋମବାର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ତତ୍ତ୍ୱଦର୍ଶି ଦାସଙ୍କ ନେତୃତ୍ତ୍ୱରେ ଏକ ଟିମ୍ କ୍ଷୀରସିନ୍ଧୁଙ୍କ ପାଖକୁ ପହଞ୍ଚିଥିଲେ । ସେଠାରେ ପହଂଚି ସମସ୍ତ ରିପୋର୍ଟ ଦେଖି ଥିଲେ, ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବାପାଇଁ ଭବାନୀପାଟଣା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଗରୁ ରେଫର କରାଯାଇଥିଲା ତାହା ସହିତ ଓଏସ୍ଟିଏଫ୍ ଜରିଆରେ ମଞ୍ଜୁର ହୋଇ ବୁର୍ଲା ରେଫର କରାଯାଇଥିଲା । କିନ୍ତୁ ସେ କୌଣସି କାରଣରୁ ନଯାଇ ଘରକୁ ଫେରିଆସିଥିଲେ । ଏହି ଖବର  ପ୍ରଶାରଣ ହେବା ପରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ପୁଃନର୍ବାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

” ଆଜି ଆମର ଏକ ଟିମ୍ ତାଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଉଛୁ । କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅଧିକ ଚିକିତ୍ସା ସୁବିଧା ପାଇଁ ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆମେ ପହଞ୍ଚେଇ ଦେବୁ । ସେଠାରୁ ତାଙ୍କୁ ପୁଣିଥରେ ବୁର୍ଲା ମେଡିକାଲ କୁ ପଠାଯିବ ” ବୋଲି ଡାକ୍ତର ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି ଡାକ୍ତରୀ ଦଳରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଦାସ ସମେତ ପିଏଚ୍ଇଓ ଚିତାନନ୍ଦ ପଣ୍ଡା, ବିପିଏମ୍ ଆର୍. ରାଜ୍ ଶେଖର, ହେଲଥ୍ ସୁପର ଭାଇଜର ଶକ୍ରାଜିତ ନାଏକ, ମେଲ ହେଲଥ୍ ୱାରକର ନିଲମଣି ଖମାରୀ ପ୍ରମୂଖ ସାମିଲ ହୋଇଥିଲେ ।

Udyog Nursery
Udyogi Nursery

ଏଠାରେ ସୂଚନା ଯୋଗ୍ୟଯେ କ୍ଷୀରସିନ୍ଧୁ ଦୂର୍ଗା ଦିର୍ଘ ୧ବର୍ଷରୁ ଉର୍ଦ୍ଧ ହେବ କୀଡନି ଜନିତ ରୋଗରେ ପୀଡିତ ହୋଇ ଅର୍ଥଭାବରୁ ଘରେ ପଡିରହିଥିଲେ । ପରିବାରେ ଏକମାତ୍ର ମାଁ ଛେଉଣ୍ଡ ଝିଅ ଯାଜ୍ଞସେନୀ ଦୁର୍ଗା (୧୮) କୁ ଛାଡିଦେଲେ ଆଉକେହି ନାହାନ୍ତି । ଅର୍ଥଭାବ ଓ ଘରେ ଅନ୍ୟ କେହି ନଥିବାରୁ ସେମାନେ ନିରୁପାୟ ହୋଇ ସରକାରୀ ଓ ବେସରକାରୀ ଭାବରେ ସାହାର୍ଯ୍ୟ ଲୋଡିଥିଲେ ।

( ଶନିବାର odiabarta.in ରେ ପ୍ରକାଶିତ ହୋଇଥିବା ଭିଜୁଆଲ ନିଉଜ )

ଆଜି ଧର୍ମଗଡର ଜଣେ ସାମାଜିକ କର୍ମି ଉଦୟ କୁମାର ସାହୁ ୧ ହଜାର ଟଙ୍କା ସହାୟତା ଏହି ପରିବାରଙ୍କୁ ଗଣମାଧ୍ୟ ପ୍ରତିନିଧିଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସାହାର୍ଯ୍ୟର ହାତ ବଢେବାକୁ ଚାହଁଛନ୍ତି ଯୋଗାଯୋଗ ୭୮୯୪୮୩୩୬୭୬ କରିପାରିବେ ।

 

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.