କଳାହାଣ୍ଡି,୧୩/୫, ( ଜଗଦିଶ ନାଏକ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ମାଲପଡା ଠାରେ ମାଁ ପେଣ୍ଡ୍ରାଣୀ ଦେବୀଙ୍କ ପଞ୍ଚ ବାର୍ଷିକ ଯାତ୍ରା ମହୋତ୍ସବ ମହାସମାରୋହରେ ପାଲିତ ହୋଇଯାଇଛି । ଶୁକ୍ରବାର ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଶନିବାର ଭଣ୍ଡାରପୂଜା ଓ ରବିବାର ମଣ୍ଡେଇ ଯାତ୍ର ଉତ୍ସବଟି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମ ଓ ପଡୋସୀ ରାଜ୍ୟ ଛତିଶଗଡ ସମେତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲାଠି ଓ କାଲିସୀ ମାଳପଡା ଗ୍ରାମରେ ପହଞ୍ଚିଥିଲା ପରେ ଗାଁ ମୁଣ୍ଡରୁ ଲାଠି ଓ କାଲିସୀକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ପୁଝାରୀଙ୍କ ଘରୁ ଲାଠି ଓ କାଲିସୀ ବିରାଟ ପଟୁଆରରେ ବାହାରି ଗ୍ରାମ ପରିଭ୍ରମଣ କରି ମନ୍ଦିର ପରିସରରେ ପହଞ୍ଚିଥିଲା । ଏଥି ସହ ପାରମ୍ପାରିକ ରିତିନୀତି ଅନୁସାରେ ପୁଜାପାଠ ହେବା ସହ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଥିଲା ।
ଏହି ପଞ୍ଚ ବାର୍ଷିକ ଯାତ୍ରା ମହୋତ୍ସବ ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଥିବା ବେଳେ ଯାତ୍ରା ମହୋତ୍ସବ ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା ସମେତ ନୂଆପଡା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଓ ପଡୋସୀ ଛତିଶଗଡ ରାଜ୍ୟରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକେ ଆସିଥାନ୍ତି । ଏଠାରେ ମୂଖ୍ୟ ଦେବୀ ଭାବରେ ମାଁ ପେଣ୍ଡ୍ରାଣୀ ପୁଜା ପାଉଥିବା ବେଲେ ପାଶ୍ୱର୍ ଦେବାଦେବୀ ମଧ୍ୟରେ କଲାରେନ୍, ଫେଡ୍ରାଗୋଡେନ୍, ଲୁହାଖଡେନ୍, ଘର୍ଜାଡୁମା, ନିଙ୍ଗାମାନୁ ଓ ଝିଟକୁ ଆଦି ପୂଜା ପାଇଁଥାନ୍ତି । ମାଁ ପେଣ୍ଡ୍ରାଣୀ ଦେବୀଙ୍କୁ କେବଲ ଶୁକ୍ଲ ଭୋଗ ନଡିଆ, କଦଳୀ, ଚୁଡା, ଗୁଡ ଆଦି ପ୍ରଦାନ କରାଯାଉଥିବା ବେଲେ ପାର୍ଶ୍ୱ ଦେବାଦେବୀ ମାନଙ୍କ ପାଖରେ କୁକୁଡା, ପାରା, ମେଣ୍ଢା ଆଦି ବଲି ଲାଗିଥାଏ । ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରତି ପାଞ୍ଚବର୍ଷରେ ଥରେ ହେଉଥିବା ବେଳେ ଏଠାରେ ପୂଜା ପାଉଥିବା ମାଁ ପେଣ୍ଡ୍ରାଣୀ ଦେବୀଙ୍କ ମୂଖ୍ୟ ପିଠ ନବରଙ୍ଗପୁର ଜିଲ୍ଲା ଝରୀଗାଁ ଥାଟବେଡାରେ ବୋଲି ଜଣାଯାଏ । ଚଲିତ ବର୍ଷ ଯାତ୍ରାରେ ଜିଲ୍ଲା ତଥା ରାଜ୍ୟ ବାହାରୁ ପାଞ୍ଚ ହଜାରୁ ଉର୍ଦ୍ଧ ମାନସିକ ଧାରୀ ଶ୍ରଧାଲୁ ମାନଙ୍କ ସମାଗମ ହୋଇଥିବା ବେଳେ ପାର୍ଶ୍ୱ ଦେବା ଦେବୀଙ୍କ ପାଖରେ ଚାରି ଶହରୁ ଉର୍ଦ୍ଧ ମେଣ୍ଢା, ଛେଲି ସହ କୁକୁଡା, ପରା ଆଦି ବଲି ପଡିଥିବା ଦେଖିବାକୁ ମିଲିଥିଲା ।
ପୂର୍ବରୁ କରିଥିବା ବିଭିନ୍ନ ମାନସିକ ପୂରଣ ହୋଇଥିବା ଯୋଗୁଁ ଏଠାକୁ ଆସି ବଲି ଦେଇଥିବା ଅନେକ ଶ୍ରଧାଲୁ କହିଥିବା ବେଳେ ପୂଜା କମିଟି ପକ୍ଷରୁ ଶ୍ରଧାଲୁ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମୂଖ୍ୟ ପୂଜକ ପବିତ୍ର ଧ. ମାଝୀ, ସହ-ପୂଜକ ଭଗବାନ ଧ. ମାଝୀ, ସଭାପତି ଧନବଲ ବାଣୁଆଁ, ସଂପାଦକ ଥବିର ବାଣୁଆଁ କୋଷାଧ୍ୟକ୍ଷ ଗରୁଡଧ୍ୱଜ୍ ମାଝୀ, ଶିରା କେଶବ ଧ. ମାଝୀ ପ୍ରମୁଖ ପରିଚାଳନା ଦାୟୀତ୍ୱ ଖୁବ୍ ସୂନ୍ଦର ଭାବେ ନିର୍ବାହ କରିଥିଲେ । ରତ୍ନାକର ଧ. ମାଝି ରିଖିରାମ ଧ. ମାଝୀ, ତରୁଣ ଧ. ମାଝି ତୁଲସୀ ରାମ ବାଣୁଆଁ ଓ ପୂଜା କମିଟିର କର୍ମକର୍ତ୍ତା ମାନେ ବିଭିନ୍ନ କାର୍ଯ୍ୟରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିବା ବେଳେ ଗ୍ରାମବାସୀ ମଧ୍ୟ ବିଶେଷ ସହଯୋଗ କରିଥିଲେ । ସୋମବାର ପ୍ରସାଦ ସେବନ କାରାଯାଇ ଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ପଞ୍ଚ ବାର୍ଷିକ ଯାତ୍ରା ମହୋତ୍ସବଟି ସମାପନ ହୋଇଥିଲା ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇