ପିଚୁ ପ୍ଲାଣ୍ଟର ମୋଟର ବେଲ୍ଟରେ ଆଙ୍ଗୁଠି କଟି ଶ୍ରମିକ ଗୁରୁତର: ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ସିକେରକୁପା ଫାଣ୍ଡି ଅନ୍ତର୍ଗତ ଭବାନୀପାଟଣାଠାରୁ ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ରାଜ୍ୟ ୬ନଂ ରାଜପଥର ସିକେରକୁପା ନିକଟରେ ଥିବା ଏକ ପିଚୁ ପ୍ଲାଣ୍ଟରେ କାମ କରୁଥିବା ବେଳେ ହେମନ୍ତ ଗଉଡ଼ ନାମକ ଜଣେ ଶ୍ରମିକଙ୍କ ହାତର ମଟର ବେଲ୍ଟ ଲାଗି ୩ଟି ଆଙ୍ଗୁଠିରେ ଗୁରୁତର ଆହତ ଲାଗି କଟିଥିବା ବେଳେ ତାଙ୍କୁ ଗୁରୁତର ଭାବେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସୁଚନା ଅନୁସାରେ କଳାହାଣ୍ଡି ସୀମାନ୍ତରରେ ଥିବା ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ରଘୁବାରି ପଞ୍ଚାୟତର ହେମନ୍ତ ନିଜ ପିତାଙ୍କ ମୃତ୍ୟୁ ପରେ ନିଜ ବଡବାପା ସହିତ ଏହି ପିଚୁ ପ୍ଲାଣ୍ଟରେ କାମ କରୁଥିଲା । ରବିବାର ଦିନ ୧୧ଟା ସମୟରେ ପ୍ଲାଣ୍ଟର ମଟର ବେଲ୍ଟ ଲାଗି ହେମନ୍ତର ବାମ ହାତର ୩ଟି ଆଙ୍ଗୁଠିରେ ଗୁରୁତର ଆହତ ଲାଗିଥିଲା । ଯାହା ଫଳରେ ହେମନ୍ତ ଚିତ୍କାର ଶୁଣି ତାଙ୍କୁ ସେଠାରୁ ଉଦ୍ଧାର କରି ମେଡ଼ିକାଲ ନିଆ ଯାଇ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ପ୍ଲାଣ୍ଟର ସୁପରଭାଇଜର ଶ୍ରୀଧର କୁମାର ସାହୁ ହେମନ୍ତଙ୍କୁ ନିଜ ଘରକୁ ନ ପଠେଇ ପୁଣି ପିଚୁ ପ୍ଲାଣ୍ଟକୁ ନେଇ ଆସିଥିଲେ । ହେମନ୍ତଙ୍କ ବୟସ ୧୬ ରୁ ୧୭ ମଧ୍ୟରେ ହୋଇଥିବ ବୋଲି ସ୍ଥାନୀୟ ଲୋକମାନେ ଚର୍ଚ୍ଚା କରୁଥିବା ବେଳେ ସୁପରଭାଇଜର ଶ୍ରୀ ସାହୁ ମେଡ଼ିକାଲରେ ୧୮ ବର୍ଷ ବୋଲି ରିପୋର୍ଟ କରିଛନ୍ତି । ଅନ୍ୟ ପକ୍ଷରେ ହେମନ୍ତ କିଛି ମାସ ହେଲା ପିଚୁ ପ୍ଲାଣ୍ଟରେ କାମ କରୁଥିବା ବେଳେ ସେ ତାଙ୍କ ବଡ ବାପା ପାଖକୁ ବୁଲି ଆସିଥିଲା ବୋଲି ସୁପରଭାଇଜର ଶ୍ରୀ ସାହୁ ପ୍ରକାଶ କରି ଘଟଣା ଟିକୁ କାହିଁକି ରଫାଦଫା କରିବା ପାଇଁ ଉଦ୍ୟମ କରୁଛନ୍ତି । ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ନାବାଳକ ପିଲାଙ୍କୁ କମ ମଜୁରୀ ଦେଇ ଠିକାଦାର ମାନେ ବିଭିନ୍ନ କାମରେ ନିୟୋଜିତ କରୁଥିବା ବେଳେ କିଛିଦିନ ତଳେ ବିଶ୍ୱନାଥପୁର ନିକଟସ୍ଥ ଡୁମେରମୁଣ୍ଡା ଗାଁରେ ଏକ ଆଦିବାସୀ ଶିଶୁ ଶ୍ରମିକଙ୍କ ତେଲ ପେଡା ମେସିନରେ ହାତ କଟି ଛିଣ୍ଡି ଯାଇଥିଲା।ଯାହା ଫଳରେ ଘଟଣାଟିକୁ ରଫାଦଫା ପାଇଁ ଉଦ୍ୟମ କରୁଥିବା ତେଲକଳ ମାଲିକକୁ ଜେଲ ଯିବାକୁ ପଡିଥିଲା । ହେଲେ ବର୍ତ୍ତମାନ ହେମନ୍ତଙ୍କ ଆଙ୍ଗୁଠି କେତେ ପରିମାଣରେ କଟିଛି । ସେ ଆଗକୁ କାମ କରି ପାରିବେକି ନାହିଁ । କି କିଛି ପଇସା ଲୋଭ ଦେଖାଇ ଘଟଣାଟିକୁ ରଫାଦଫା କରିବା ପାଇଁ ସୁପରଭାଇଜର ନିଜ ପାଖରେ ରଖିନାହିଁତ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।ଏନେଇ ସୁପରଭାଇଜର ଶ୍ରୀ ସାହୁଙ୍କୁ ପଚାରିବାରୁ ହେମନ୍ତ ମୋ ପାଖରେ ଅଛି ତାର ସେମିତି କିଛି ହୋଇ ନାହିଁ ବୋଲି ପ୍ରକାଶ କରିଥିଲେ । ଯଦି ହେମନ୍ତ କାମ କରୁନଥିଲା ସୁପରଭାଇଜର ନିଜ ପାଖରେ ରଖିଛନ୍ତି କାହିଁକି । ଏହାର ଉଚିତ ତଦନ୍ତ କରି ହେମନ୍ତଙ୍କୁ ଉଦ୍ଧାର କରି ତାଙ୍କ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.