କଳାହାଣ୍ଡି,୧୪/୫ : ନିକଟ ଅତୀତରେ ଫୋନିରେ କ୍ଷତିଗ୍ରସ୍ତ ହେଇଥିବା ଲୋକଙ୍କୁ ସହାୟତା ନିମନ୍ତେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୭୭୦୦ ଟଙ୍କା ପଠାଯାଇଥିବା ଜଣାଯାଇଛି । ଏହି ସହାୟତା ପାଇଁ ବିଭିନ୍ନ ମହଲରେ ପ୍ରଶଂସିତ ହେଇଛନ୍ତି କର୍ମଚାରୀ ବୃନ୍ଦ । ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡ଼ାକ୍ତର ସୁଧୀର ଦୀପ, ବନଲତା ଦେବୀ, ରୁଦ୍ରଚରଣ ବାରିକ, ସୁରଜିତ ସିଂହ କୁମାର, ମିତ୍ରଭାନୁ ଦାଶ,ପରମାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ରହି ଏହି ସହାୟତା ରାଶି ସଂଗ୍ରହ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପଠାଇଥିଲେ ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇