ଅଘୋଷିତ ବିଦ୍ୟୁତ କାଟକୁ ନେଇ ସଇଁତଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସହରରେ ଚଳିତ ବର୍ଷ ସର୍ବାଧିକ ତାପମାତ୍ର ରେକର୍ଡ କରା ଯାଇଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଦାଉ ସାଧୁଛି ।  ପ୍ରଚଣ୍ଡ ତାତିରେ ଲୋକେ ପଦାକୁ ବାହାରିବା ପାଇଁ କଷ୍ଟକର ହୋଇ ପଡୁଥିବା ବେଳେ ମନମୁଖି ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ତେଣୁ ଏହାର ପ୍ରତିବାଦରେ ଆଜି ସଇଁତଲା ବିଜେପି ପକ୍ଷରୁ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ବ୍ଲକ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସ୍ଥାନୀୟ ବିଦ୍ୟୁତ ଗ୍ରୀଡ଼ କାର୍ଯ୍ୟଳୟକୁ ପହଞ୍ଚିଥିଲେ । ସେଠାରେ ବିଦ୍ୟୁତ ବିଭାଗ ହାଏ ହାଏ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର୍ତମାନ ପ୍ରଚଣ୍ଡ ତାତି ହେଉଥିବା ବେଳେ ଟାଟା କମ୍ପାନୀର ମନମୁଖି ବିଦ୍ୟୁତ କାଟକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଏପରିକି ଟାଟା କମ୍ପାନୀ କର୍ମଚାରୀ ମାନେ ଦାଦାଗିରି କରିବା ସହ ମନଇଚ୍ଛା ଗରିବ ଲୋକଙ୍କଠାରୁ ଫାଇନ ଆଦାୟ କରି ଶୋଷଣ କରୁଛନ୍ତି । ଆଗାମୀ ଦିନରେ ଯଦି ମନମୁଖୀ ବିଦ୍ୟୁତ କାଟ ହେବ ତେବେ ବିଜେପି ଦଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନରର୍ସିଂ ସିଂ, ଯୁବ ବିଜେପି ସଂଗଠକ ଲବେନ୍ଦ୍ର ବେହେରା, ଗୋପବନ୍ଧୁ ବଗର୍ତ୍ତି, କରୁଣାକର ପସାୟତ, ବବୁଲୁ ବୁଡ଼େକ, ସରୋଜ ସାହୁ, ମହେନ୍ଦ୍ର ଅମାତ, ଗଦାଧର ବଗର୍ତି, ସୁରେଶ ଦନ୍ତା ଓ ଗୋବିନ୍ଦ ସାହୁଙ୍କ ସମେତ ଶତାଧିକ ବିଜେପି କାଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.