ଫନି ବାତ୍ୟା ଦୁର୍ଗତଙ୍କୁ ସପ୍ତାହ ପାଇଁ ରାୟଗଡ ଜିଲ୍ଳା ବିଜେଡି ପକ୍ଷରୁ ମାଗଣା ରନ୍ଧାଖାଦ୍ୟ

ପୁରୀ ଜିଲ୍ଳା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିର ତିନୋଟି ପଂଚାୟତବାସୀଙ୍କୁ ସହାୟତା

ରାୟଗଡ,୧୪/୫ (ଶିବ ନାରାୟଣ ଗୌଡ) : ସାମୁଦ୍ରିକ ଝଡ “ଫନି”କୁ ବିିତି ଗଲାଣି ୧୨ଦିନ । ପ୍ରଭାବିତ ଅଂଚଳରେ ଦୁର୍ଗତଙ୍କୁ ପ୍ରଥମେ ରିଲିଫ ସାମାଗ୍ରୀ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ ରହିଥିବା ବେଳେ ଧୀରେ ଧୀରେ ସମସ୍ତ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ମୈାଳିକ ସେବାଗୁଡିକକୁ ଯୋଗାଇବା ପାଇଁ ପ୍ରଚେଷ୍ଠା ଜାରି ରଖିଛନ୍ତି । ଓଡିଶାର ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଭଳି ବହୁ ଜିଲ୍ଳାଗୁଡିକ ଫନି ପ୍ରଭାବରେ ପ୍ରଭାବିତ ହୋଇଥିଲେ । ରାଜ୍ୟର ସମସ୍ତ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଂସ୍ଥା, ଶିଳ୍ପାନୁଷ୍ଠାନ ସହ ବହୁ ଅଭିନେତା, ଉଦ୍ୟୋଗପତି ବଦାନ୍ୟ ବ୍ୟକ୍ତିମାନେ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଥିବା ବେଳେ ରେଡକ୍ରସ, ଏନଡିଆରଏଫ, ଓଡ୍ରାଫ୍, ବିଦ୍ୟୁତ ବିଭାଗ କର୍ମଚାରୀ, ପଂଚାୟତରାଜ ବିଭାଗ କର୍ମଚାରୀ ଆଦି ବହୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ପ୍ରଭାବିତ ଅଂଚଳକୁ ପ୍ରାଥମିକ ଭାବେ ଗୁରୁତ୍ୱ ଦେଇ ଗମନାଗମନ, ପାନୀୟ ଜଳ, ବିଦ୍ୟୁତ ସେବା ଇତ୍ୟାଦି ଯୋଗାଇବା ପ୍ରଚେଷ୍ଠା ଯୋଗୁଁ ସରକାରଙ୍କ ତଥ୍ୟ ପ୍ରକାରେ ଅଧିକାଂଶ ପ୍ରଭାବିତ ଜିଲ୍ଳାରେ ଏହି ସବୁ ସେବାରେ ସୁଧାର ଆସିଥିବା ଜଣାପଡିଛି । ସେହିପରି ଫନି ବାତ୍ୟାରେ ପ୍ରପୀଡିତଙ୍କୁ ସହାୟତା କରିବା ପାଇଁ ରାୟଗଡ ଜିଲ୍ଳା ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ପୁରୀ ଜିଲ୍ଳାର ବ୍ରହ୍ମଗିରି ନିର୍ବାଚନମଣ୍ଡଳି ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ମହିଷାବ୍ରହ୍ମପୁର ଓ ପଣସପଡା ପଂଚାୟତର ଫନିରେ ପ୍ରଭାବିତ ହୋଇଥିବା ଆରଖକୁଡା, ଗୋପିନାଥପୁର ଓ ପୀରଜୀପୁର ଗ୍ରାମବାସୀଙ୍କୁ ଫ୍ରି-କିଚେନ (ମାଗଣା ରନ୍ଧାଖାଦ୍ୟ) ପ୍ରଦାନ କରାଯାଉଛି । ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ନେତୃତ୍ୱରେ ସମସ୍ତ ପରିଚାଳନା ହେଉଥିବା ବେଳେ ଜିଲ୍ଳା ବିଜେଡିର ବି.ତିରୁପତି, ଅମୀୟ ସ୍ୱାଇଁ, ପୃଥ୍ୱୀରାଜ ସାହୁ, ଚନ୍ଦ୍ରକାନ୍ତ ସାମଲ, ହେମନ୍ତ ନାୟକ, ଗଙ୍ଗାଧର ପୁଆଲା, ତାମାରାଓ ବିଡିକା, ସୁଧାକର କରକରିଆଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ମାଗଣା ରନ୍ଧା ଖାଦ୍ୟ ଗତ ମେ’୧୧ତାରିଖରୁ ଆସନ୍ତା ମେ’୧୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି ମଧ୍ୟାହ୍ନ ଓ ରାତ୍ର ଭୋଜନ ପ୍ରଦାନ କରାଯିବ ବୋଲି ରାୟଗଡ ଜିଲ୍ଳା ବିଜେଡିର ଉପସଭାପତି ବି.ତିରୁପତି ସୂଚନା ଦେଇଛନ୍ତି ।

 

For latest news & updates, click on bell button and subscribe to notifications.

 

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.