ରାୟଗଡ-କେରଡା ୨୫କିମି ରାସ୍ତା ଅବସ୍ଥା ଶୋଚନୀୟ

୧୩କୋଟି ଟଙ୍କା ଟେଣ୍ଡର ଧରି ବସିଛି ପୂର୍ତ ବିଭାଗ

Omkar Vasthu
Omkar Vasthu

୬ମାସରେ ୩ଟି ଟେଣ୍ଡର ପ୍ରକ୍ରିୟା ଶେଷ ହେଲାଣି, ଟେଣ୍ଡରରେ ଭାଗ ନେଉ ନାହାନ୍ତି ଠିକାଦାର

Pearl dental clinic
Near Ashish Medical Store, Bhawanipatna

ରାୟଗଡ,୧୪/୫ : ଗତ ଏକ ବର୍ଷ ଧରି ମରଣାଯନ୍ତା ପାଲଟିଛି ରାୟଗଡରୁ କେରଡା ମଧ୍ୟରେ ଥିବା ଦୀର୍ଘ ୨୫ କିଲୋମଟିର ରାସ୍ତା । ବାଇକ୍ ଚାଳକ ଠାରୁ ଆରମ୍ଭ କରି କାର,ଟ୍ରକ,ବସ ଗୁଡିକର ଯାତାୟାତର ଅସୁବିଧାକୁ ପୂର୍ତ ବିଭାଗ ହୃଦୟଙ୍ଗମ କରି ପାରୁଥିଲେ ମଧ୍ୟ ଶତାଧିକ ଖାଲଢିପରେ ଭରି ରହିଥିବା ରାସ୍ତାରେ ନାମକୁ ମାତ୍ର ମରାମତି ନାମରେ ଖାଲଖମା ଭରି ଦିଆଯାଇ ପିଚୁ ଢାଳି ହାତ ଝାଡି ଦେଉଛନ୍ତି । ହଜାର ହଜାର ସଂଖ୍ୟକ ମାଲବାହୀ ଟ୍ରକ,ଟ୍ୟାଙ୍କର ସହ ଅନ୍ୟାନ୍ୟ ଅତ୍ୟଧିକ ଗାଡିଗୁଡିକ ଓଭର ଲୋଡ ନେଇ ଏହି ରାସ୍ତା ଉପରେ ନିୟମିତ ଭାବେ ଯାତାୟାତ କରୁଥିବାରୁ ମରାମତି ନାମରେ ଭରି ହୋଇଥିବା ଖାଲ ପୁଣି ଥରେ ଯେଉଁ ଅବସ୍ଥାକୁ ସେହି ଅବସ୍ଥା ।

Udyog Nursery
Udyogi Nursery

ରାୟଗଡ ସହରରୁ ମାତ୍ର ୨୫କିଲୋମିଟର ଦୂରତାରେ ପଡେ ପଡୋଶୀ ଆନ୍ଧ୍ର ପ୍ରଦେଶର ସୀମା । ରାୟଗଡ ସହାରଂଚଳ ହେଉ ଅଥବା ଗ୍ରାମାଂଚଳର ଲୋକମାନେ ବ୍ୟବସାୟିକ ଦୃଷ୍ଟି କୈାଣରୁ ଅବା ମେଡିକଲ କାର୍ଯ୍ୟରେ ନିର୍ଭର କରିଥାନ୍ତି ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ,ବିଜୟନଗରମ ଓ ବିଶାଖାପାଟଣମ୍ ଉପରେ । ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ଅନେକ ସମୟରେ ଡାକ୍ତରମାନେ ଜରୁରୀକାଳୀନ ଉଚ୍ଚ ଚିକିତ୍ସା ନିମନ୍ତେ ରୋଗୀଙ୍କୁ ବାହାରକୁ ସ୍ଥାନାନ୍ତର କରୁଥିବା ବେଳେ ଅଳ୍ପ ସମୟର ବ୍ୟବଧାନ ଓ ଉତମ ଚିକିତ୍ସାକୁ ବିଶ୍ୱାସ କରି ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାୟଗଡ ଠାରୁ କେରଡା ପର୍ଯ୍ୟନ୍ତ ଯୋଗାଯୋଗ କରୁଥିବା ଏହି ରାସ୍ତା ଯୋଗୁଁ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ପାଇଁ ଯାଉଥିବା ଆମ୍ବୁଲାନ୍ସଗୁଡିକ ମଧ୍ୟ ଆନ୍ଧ୍ରର ମେଡିକଲଗୁଡିକରେ ପଂହଚିବାରେ ବିଳମ୍ବ ହୋଇଥାନ୍ତି । ଫଳରେ ଅନେକ ସମୟରେ ସମୟର ବିଳମ୍ବତା ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିଥିବା ନଜିର ରହିଛି ।

ଗତ ୩ବର୍ଷ ହେଲା ଲଗାତାର ଭାବେ ଏହି ରାସ୍ତାକୁ ମରାମତି ନିମିତ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ମାତ୍ର କିଛି ଦିନ ବ୍ୟବଧାନରେ ରାସ୍ତା ପୂର୍ବାବସ୍ଥାକୁ ଫେରି ଆସିଥାଏ । ଯାହାକି ବିଭାଗୀୟ କର୍ମଚାରୀ ଓ ଠିକାଦାରର ପ୍ରୀୟାପ୍ରୀତି ଭାବକୁ ପଦାରେ ପକାଇଛି । ଅପରପକ୍ଷେ ରାୟଗଡ ଜିଲ୍ଳାରେ ଥିବା ଉତ୍କଳ ଆଲୁମିନା,ଜେକେ କାଗଜ କଳ,ଇମ୍ଫା ଓ କଳାହାଣ୍ଡି ଜିଲ୍ଳାର ଲାଂଜିଗଡର ବେଦାନ୍ତ ଭଳି ବଡ ବଡ କମ୍ପାନୀକୁ ମାଲ ପରିବହନ ନିମନ୍ତେ ପ୍ରତିଦିନ ହଜାର ସଂଖ୍ୟକ ମାଲବାହୀ ଓଭରଲୋଡ୍ ଟ୍ରକଗୁଡିକ ଏହି ରାସ୍ତା ଦେଇ ନିୟମିତ ଭାବେ ଯାତାୟାତ କରୁଥିବା ବେଳେ ଏହି ରାସ୍ତା ପଡୋଶୀ ଆନ୍ଧ୍ର ପ୍ରଦେଶକୁ ସିଧାସଳଖ ଯୋଗାଯୋଗ କରୁଥିବାରୁ ଝାରଖଣ୍ଡ,ଛତିଶଗଡ ଭଳି ରାଜ୍ୟରୁ ମଧ୍ୟ ବହୁ ମାଲବାହୀ ଟ୍ରକ ଯାତାୟାତ କରୁଥିବାରୁ ରାସ୍ତାର ଏପରି ଦୂରବସ୍ଥା ହୋଇପଡିଛି । ସେହିପରି ଏହି ରାସ୍ତାର ଏପରି ଦୂରବସ୍ଥା ଯୋଗୁଁ ଅନେକ ସମୟରେ ରାୟଗଡ-କେରଡା ମଧ୍ୟରେ ସଡକ ଦୁର୍ଘଟଣାଗୁଡିକ ହୋଇଥାଏ । ଯାହାକୁ ନେଇ ଲକ୍ଷାଧିକ ରାଜସ୍ୱ ଆଦାୟ କରୁଥିବା ପରିବହନ ବିଭାଗ ମଧ୍ୟ ହାତଗୁଂଜା ନେଇ ଚୁପ ବସି ପଡିଥିବା ଅଭିଯୋଗ ହୋଇଛି ।

ରାୟଗଡ ବ୍ଳକର ପିତାମହଲ, ଜେମାଦେଈପେଣ୍ଠ, ବୈରାଗୀ ହାଲୁଆ, ଗାଜିଗାଁ, କେରଡା ଆଦି ପଂଚାୟତର ହଜାର ହଜାର ସାଧାରଣ ଜନତା ରାୟଗଡ ଜିଲ୍ଳା ସଦର ମହକୁମାକୁ ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର ହୋଇଥାନ୍ତି । ତେବେ ରାସ୍ତାର ଶୋଚନୀୟ ରାସ୍ତା ଏମାନଙ୍କ ପାଇଁ କାଳ ସାଜିଛି । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ମଧ୍ୟ ଜିଲ୍ଳା ସଦର ମହକୁମାକୁ ପଂହଚିବାରେ କେଇ ଘଂଟା ସମୟ ବିଳମ୍ବ ହୋଇଥାଏ । ଦୀର୍ଘ ଦିନ ଧରି ରାସ୍ତା ପୁନଃ ନିର୍ମାଣ ନିମନ୍ତେ ଅଂଚଳବାସୀ ଦାବି କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଥା ଜିଲ୍ଳା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ମିଳିଥିବା ସୂଚନା ପ୍ରକାରେ ଗତ ୬ମାସ ମଧ୍ୟରେ ଏହି ରାସ୍ତାର ପୁର୍ନ ନିର୍ମାଣ ନିମନ୍ତେ ପୂର୍ତ ବିଭାଗ ପକ୍ଷରୁ ୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ୩ଥର ଟେଣ୍ଡର ଆହ୍ୱାନ କରାଯାଇଥିଲେ ମଧ୍ୟ କୈାଣସି ହେଲେ ଠିକାଦାର ଏଥିରେ ଭାଗ ନେଉ ନ ଥିବାରୁ ଏହି ଟେଣ୍ଡର ପ୍ରକ୍ରିୟା ସେମିତି ହିଁ ରହିଛି ଏବଂ ବର୍ତମାନ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥିରେ ବିଳମ୍ବ ହୋଇଥିବା ବେଳେ ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ରାସ୍ତାରେ ଯାନବାହାନର ଚଳାଚଳକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସମସ୍ୟା ନ ହେବା ପାଇଁ ଆବଶ୍ୟକୀୟ ମରାମତି କାର୍ଯ୍ୟ କରାଯାଉଛି ବୋଲି ବୋଲି ରାୟଗଡ, ରାସ୍ତା ଓ କୋଠାବାଡି ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମିଶ୍ର୍ର ପ୍ରକାଶ କରିଛନ୍ତି । ତେବେ ସାଧାରଣ ଜନତାଙ୍କ ଉଦ୍ଧିଷ୍ଟ ନିମନ୍ତେ ନିୟମିତ ଯାତାୟାତର ନିର୍ଭର ଯୋଗ ସୂତ୍ର ପାଲଟିଥିବା ଏହି ରାୟଗଡ-କେରଡା ରାସ୍ତା କେବେ ସୁଦ୍ଧା ପୁର୍ନନିର୍ମାଣ ହୋଇପାରିବ ତାହା ଦେଖିବାକୁ ବାକି ରହିଲା ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.