କଲମପୁର/ଥୁଆମୂଲ ରାମପୁର,୧୪/୫ : ବ୍ୟାଙ୍କ ସେବା ମଣିଷ ଜୀବନର ଏକ ଅଭିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ ହୋଇଥିବା ବେଳେ ବ୍ୟାଙ୍କରେ ନିୟୋଜିତ କର୍ମଚାରି ମାନେ ନିଷ୍ଠାପର ଭାବେ କାର୍ଯ୍ୟ କକରିଥାନ୍ତି ବୋଲି ଗ୍ରାହକ ମାନଙ୍କ ବିଶ୍ୱାସ ରହିଛି । କିନ୍ତୁ ବିଡମ୍ବନା ଏହିଯେ ଥୁଅମୂଲ ରାମପୁର ଷ୍ଟେଟ ବ୍ୟାଙ୍କରେ ଗ୍ରାହକ ମାନେ ନାନା ଅବ୍ୟବସ୍ଥାର ସମ୍ମୁଖିନ ହୋଇଥିବା ଅଭିଯୋଗ କରନ୍ତି । ସୋମବାର ଲିଙ୍କ ଫେଲ୍ ଯୋଗୁଁ ବ୍ୟାଙ୍କ ସେବା ଅଚଲ ହୋଇଥିବା ବେଲେ ଏହା ପ୍ରାୟ ଏଠାରେ ନିତିଦିନିଆ ଘଟଣା ପାଲଟିଛି । ଏଠାରେ ସୂଚନା ଯୋଗ୍ୟଯେ କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ବ୍ଲକ୍ ଅଂଚଳରେ ଅବସ୍ଥାପିତ ଏକମାତ୍ର ନିର୍ଭର ଯୋଗ୍ୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଗତ ୧୩ ତାରିଖ ସୋମବାର ଦିନ ଲିଙ୍କ ଫେଲ୍ ଯୋଗୁଁ ଦିନ ସାରା ବ୍ୟାଙ୍କ ସେବା ଅଚଳ ଯୋଗୁଁ ଗ୍ରାହାକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିଛି ଦିନ ହେଲା ଏହି ବ୍ୟାଙ୍କଟି ଗ୍ରାହାକ ମାନଙ୍କୁ ସେବା ଯୋଗାଇ ଦେବାରେ ବିଫଲ ହୋଇ ଆସୁଥିବାରୁ ବିବାଦୀୟ ହୋଇ ପଡୁଛି ।
ଏଠାରେ ଭାରପ୍ରାପ୍ତ ଶାଖା ପରିଚାଲକ କାର୍ଯ୍ୟରେ ଯୋଗଦେବା ପରଠାରୁ ଏଭଲି ପରିସ୍ଥିତି ଦେଖାଦେଇଥିବା ଅଭିଯୋଗ ହୋଇଛି । ଶାଖା ପରିଚାଲକଙ୍କ ଅଭିଜ୍ଞତାର ଅଭାବ ଓ ଲୋକ ମାନଙ୍କୁ କଟୁ ମନ୍ତବ୍ୟ ଦେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ପ୍ରକାଶ ଯେ ଥୁଆମୁଳ ରାମପୁର ବ୍ଲକରେ ୮୦ ହଜାର ରୁ ଉର୍ଦ୍ଧ ଲୋକେ ରହିଥିବା ବେଳେ ଏକ ମାତ୍ର ଏହି ବ୍ୟାଙ୍କ ଉପରେ ସମସ୍ତେ ନିର୍ଭର କରିଆସୁଛନ୍ତି । ସକାଳରୁ କୌଣସି ପ୍ରକାରରେ ଲୋକ ମାନେ ବ୍ୟାଙ୍କ କାର୍ଯ୍ୟ ନିମନ୍ତେ ଆସି ବ୍ୟାଙ୍କର ଦାୟୀତ୍ୱ ହୀନତା ଯୋଗୁଁ ଲୋକ ମାନେ ନାନାଦି ପ୍ରକାର ହଇରାଣ ହରକତ୍ ହୋଇ ଯାନ ବାହନ ଅଭାବରୁ ଦୟନୀୟ ଭାବେ ଫେରିଯିବା ଦୃଶ୍ୟ ହୃଦୟ ବିଦାରକ ହୋଇଥାଏ ।
ପ୍ରସୂତି ମହିଳା ଶିଶୁକୁ କାଖରେ ଧରୀ ଚାଲିଯିବା ଦୃଶ୍ୟ ଯିଏ ନଦେଖିଛି ସେ ଏହାକୁ ଅନୁଭବ କରିପାରି ନାହିଁ । ଭିନ୍ନକ୍ଷମ ମାନେ ଅତ୍ୟାନ୍ତ ଦୟନିୟ ଭାବେ ଚାଲିବା ଦୃଶ୍ୟ ହୁଏତ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ବେଶ୍ ତାତ୍ସଲ୍ୟ ଲାଗୁଥାଇ ପାରେ କିନ୍ତୁ ସଂନ୍ଧ୍ୟା ସମୟରେ ହିସ୍ର ଜୀବଜନ୍ତୁ ମାନଙ୍କ ସମ୍ମୁଖିନ ହୋଇ ଘରକୁ ଫେରିବା କେତେଯେ ସହଜ ତାହା ଅନୁଭବି ହିଁ ବୁଝିଆପରିବ । ଏଭଲି ପରିସ୍ଥିରେ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଗ୍ରାହାକ ମାନଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟି ନଦେଇ କର୍ମଚାରୀଙ୍କର ସୂରକ୍ଷା ଚିନ୍ତାକୁ ବେଶି ଗରୁତ୍ୱ ଦେଉଥିବାର ମନେ ହେଉଛି । ବେଲ ଥାଉଥାଉ ବ୍ୟାଙ୍କ ବ୍ୟବସ୍ଥାରେ ସୁଧାର ନଆସିଲେ ଏକ ବଡଧରଣର ଗଣ ଆନ୍ଦୋଳନ କୁ ଏଡାଇ ଦିଆଯାଇନପାରେ ବୋଲି ଜନ ସାଧାରଣରେ ମତପ୍ରକାଶ ପାଇଛି ।
ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇