କଳାହାଣ୍ଡି ( ନରୋତ୍ତମ ସେଲମା ) : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକର ଐତିହାସିକ ଗ୍ରାମ ତେରେସିଙ୍ଗା ଠାରେ ଚାଲିଥିବା ମହାଭାରତ ନାଟ୍ୟମୋତ୍ସବର ପଞ୍ଚମ ସଂକଳ୍ପ ପୂର୍ତ୍ତି ତଥା ୬୫ ବର୍ଷ ପୂରଣ ଅବସରରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି। ସ୍ଥାନୀୟ ବିରାଟ ପଡାରେ ମା ମାନିକେଶ୍ୱରୀ ଯୁବକଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ନାଟ୍ୟମହୋତ୍ସବରେ ପ୍ରତିଦିନ ରାତିରେ ରତ୍ନାକର ସାହୁଙ୍କ ରଚିତ ଓ ନିର୍ଦେଶିତ ନାଟକ ମଞ୍ଚସ୍ଥ ହେଉଛି। ସଭାପତି ଶ୍ରୀସୁକ୍ତ ଯୋଗୀନ୍ଦ୍ର ରଣା, ସମ୍ପାଦକ ଶ୍ରୀଯୁକ୍ତ ମନୋଜ ରଣା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରୋହିତ ରଣା, କର୍ତା ଶ୍ରୀରାମ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।
ନାଟକରେ ଦିଲୀପ ରଣା, ଶେଷଦେବ ବାରିକ, ରଞ୍ଜନ ବାରିକ, ସୁରେଶ ରଣା, ଚୁଡାମଣି ରଣା, ମଙ୍ଗଲୁ ଭୋଇ, ଗୋପାଳ ରଣା, ଚିନ୍ତାମଣି ପରଭୁଏ, ପ୍ରମୋଦ ରଣା, ଈଶ୍ୱର ବାଗ ପ୍ରମୁଖ ଅଭିନୟ କରିଛନ୍ତି। ଏଠାରେ ପାଣ୍ଡଵ ଜନ୍ମ ଠାରୁ ଅର୍ଜୁନଙ୍କ ଦଶନାମ ଯାଏ ନାଟକ ପରିବେଷଣ କରାଯାଇଥାଏ। ତମାମ କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ରଣା, ଅଜୟ ରଣା ,ବିଦ୍ୟୁତ ରଣା, ବୁଲୁ ରଣା, ନଟୁ ରଣା ପ୍ରମୂଖ ସହଯୋଗ କରୁଛନ୍ତି।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇