ସରିଗଲା ନିର୍ବାଚନ, ହଜିଗଲା ମହାନଦୀ

ଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ପାଣିକୁ ନେଇ ବିବାଦର ଅନ୍ତ ହୋଇନାହିଁ । ଅନ୍ୟପକ୍ଷରେ ଚଳତି ନର୍ବାଚନରେ ଶାସକ ଦଳର ମୁଖ୍ୟ ଏଜେଣ୍ଡା ହୋଇଥିବା ମହାନଦୀ ପ୍ରସଙ୍ଗ ହଜିଯାଇଥିବା ପରି ମନେ ହେଉଛି। ଏବେ ଠାରୁ ମହାନଦୀ ସୁଖିଲା ପଡ଼ଥିିଲେ ମଧ୍ୟ ସରକାରଙ୍କ ନିଘା ନାହିଁ । ନିର୍ବାଚନ ଆରମ୍ଭରୁ ମହାନଦୀକୁ ପ୍ରସଙ୍ଗ କରି ଶାସକ ଦଳ ମଇଦାନକୁ ଆସବି ବୋଲି ଲୋକେ ଆଶା କରୁଥିଲେ । କିନ୍ତୁ ଏପରି ହେଲା ନାହିଁ । ମହାନଦୀକୁ ନେଇ ଉଭୟ ରାଜ୍ୟର ଅଭିଯୋଗ ଥିବାବେଳେ ଏନେଇ ମାମଲା ମଧ୍ୟ ଦାୟର ହୋଇଛି । ମହାନଦୀରେ ଛତଶିଗଡ଼ ସରକାର ଡ୍ୟାମ୍ ଓ ବ୍ୟାରେଜ ନର୍ମାଣ କରି ଜଳ ପ୍ରବାହକୁ ଅଟକାଇ ଦେଇଥିବା ଓଡ଼ଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରଥିିବା ସହିତ ଛତିଶଗଡ଼କୁ ଏନଜଟି କୁ ମଧ୍ୟ ଟାଣଛିନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୧୯୮୩ ମସହିରେ ହୋଇଥିବା ଚୁକ୍ତି ଓଡ଼ଶା ଓ ଛତଶିଗଡ଼ ସରକାର ଉଲଂଘନ କରଥିିବା ଓଡ଼ଶାର ତୁଙ୍ଗ ନେତାମାନେ ଅଭଯୋଗ କରଛିନ୍ତି। ଏହା ସତ୍ତ୍ୱେ ମହାନଦୀ ପ୍ରସଙ୍ଗ ନର୍ବାଚନ ସମୟରେ ଆଲୋଚନା ନହେବା ନେଇ ଭନ୍ନି ଭନ୍ନି କଥା ଚର୍ଚ୍ଚା ହେଉଛି । ଇନ୍ଦ୍ରାବତୀ ନଦୀ ଜଳ ବଣ୍ଟନକୁ ନେଇ ୨୦୧୪ ମସହାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାମୁହିଁ ପରସ୍ଥିତି ଉପୁଜିଥିଲା। ଓଡ଼ଶାର କଳାହାଣ୍ଡି ଜିଲ୍ଲା ଦଣ୍ଡକାରଣ୍ୟରୁ ବାହାରିଥିବା ଇନ୍ଦ୍ରାବତୀ ନଦୀ ୧୬୪ କିମି ଓଡ଼ଶାରେ ବୋହି ଛତଶଗଡ଼ର ବସ୍ତର ଜିଲ୍ଲାରେ ପ୍ରବେଶ କରଛି । ଇନ୍ଦ୍ରାବତୀ ପାଣିକୁ ନେଇ ୯ ଡସେମ୍ବର ୧୯୭୫ ମସହିରେ ଓଡ଼ଶା ଓ ତତ୍କାଳୀନ ମଧ୍ୟପ୍ରଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ଓଡ଼ଶା ସରକାର ଇନ୍ଦ୍ରାବତୀ ଡ୍ୟାମ୍ ରୁ ୪୭.୮ ଟିଏମସି ପାଣି ଯୋଗାଇବାଇବା କଥା । ବର୍ଷା ଅଭାବରୁ ୨୦୦୯ ମସିହାରେ ୪୬.୯୩୧ ଟିଏମସି ଓ ୨୦୧୧ ମସିହାରେ ୪୨.୬୮୧ ଟିଏମସି ପାଣି ଦେବାକୁ ପଡ଼ଥିିଲା । ଏନେଇ ଛତଶିଗଡ଼ ସରକାର ୧୬ ଏପ୍ରିଲ୍ ୨୦୧୫ରେ ଉଚ୍ଚ ସ୍ତରୀୟ କମଟି ଗଠନ କରଥିିଲେ ।

Udyog Nursery
Udyogi Nursery

ଛତିଶଗଡ଼ ଇନ୍ଦ୍ରାବତୀ ନଦୀ ପ୍ରକଳ୍ପର ନର୍ବାହୀ ଯନ୍ତ୍ରୀ ପିକେ ଶର୍ମା ଭୁବନେଶ୍ୱର ଆସି ଓଡ଼ଶାର ଜଳ ସମ୍ପଦ ବିଭାଗର ସଚିବ ପିକେ ଜେନା, ନିର୍ବାହୀ ଯନ୍ତ୍ରୀ ଜାନକୀବଲ୍ଲଭ ପାଣଗ୍ରାହୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରଥିିଲେ । ଇନ୍ଦ୍ରାବତୀ ନଦୀରେ ଓଡିଶାର ସତୁପଦର ଗ୍ରାମଠାରେ ଛତଶିଗଡ଼ ସରକାର ନର୍ମାଣ କରୁଥିବା ଇନ୍ଦ୍ରାବତୀ କଣ୍ଟ୍ରୋଲ ଷ୍ଟ୍ରକଚର୍ ଓ ଗଜସାଇଡ୍ ଅଫିସ ନର୍ମାଣ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ଇନ୍ଦ୍ରାବତୀ ଜଳ ବିଭାଜନକୁ ନେଇ ଛତଶିଗଡ଼ ସରକାର ଓଡ଼ିଶା ସରକାର ଉପରେ ଅନେକ ଚାପ ସଷ୍ଟି କରି ଆସଥିବା ବେଳେ ମହାନଦୀ ଜଳ ବଭାଜନକୁ ନେଇ ଓଡ଼ିଶା ସରକାର ଉଦାସୀନ ରହୁଥିବା ଅଭିଯୋଗ ହେଇଛି ।

ଇନ୍ଦ୍ରାବତୀରୁ ପାଣିପାଇବାକୁ ଛତଶିଗଡ଼ର ଅଧିକାରୀ ଅନେକଥର ଓଡ଼ିଶା ସରକାରଙ୍କ ସହ ଭୁବନେଶ୍ୱରରେ ବୈଠକ କରିସାରଛିନ୍ତି । କିନ୍ତୁ ମହାନଦୀ ପାଣିକୁ ନେଇ ଓଡ଼ିଶା ସରକାର କେତେ ଗରୁତ୍ବ ଦେଉଛନ୍ତି ତାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନବାଚୀ ସଷ୍ଟି ହୋଇଛି । ଓଡ଼ିଶା ସରକାର ଛତଶଗଡ଼ ସରକାରଙ୍କ ସହତି ବ୍ୟାରେଜ, ଡ୍ୟାମ ନିର୍ମାଣ କରବା ପୂର୍ବରୁ ମହାନଦୀ ଜଳ ବଭାଜନକୁ ନେଇ ଚର୍ଚ୍ଚା କରଥିିଲେ ହୁଏତ ବର୍ତ୍ତମାନର ଅବସ୍ଥା ସଷ୍ଟି ହୋଇନଥାନ୍ତା ବୋଲି ଆଲୋଚନା ହେଉଛି ।

 

ଉପସ୍ଥାପନା :

ସୁଶାନ୍ତ କୁମାର ସାହୁ

ସୋନପୁର ଜିଲ୍ଲା ପ୍ରତିନିଧି

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.