କଳାହାଣ୍ଡି,୧୫/୫ : ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମର ମୁଖ୍ୟ ରାସ୍ତା କଂକ୍ରିଟ ହୋଇଛି। ତେବେ ଅନେକ ଦିନରୁ ମରାମତି ନହେବାରୁ ରାସ୍ତା ମଝିରେ ପୋଖରୀ ସଦୃଷ୍ୟ ପାଣି ଜମିରହୁଛି। ଯାହା ଫଳରେ ବାଟୋଇଙ୍କ ପାଇଁ ରାସ୍ତା ମରଣଜନ୍ତା ପାଲଟିଛି। ଏହା ଛଡା ରାସ୍ତା କଡରେ ଡ୍ରେନ ନଥିବାରୁ ମଇଳାପାଣି ରାସ୍ତା ଉପରେ ଜମିରହୁଛି। ଫଳରେ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ସବୁ ଘଟୁଛି। ଏହି ରାସ୍ତାରେ ସ୍କୁଲ, କଲେଜ ପିଲା ମାନେ ତଥା କେନ୍ଦୁଗୁଡା, ଟେଣ୍ଡାପାଲି, ଧନରପୁର, ଶାଗବହଲି, ଭରୁଅମୁଣ୍ଡା, ଛନ୍ଚାଣବହାଳି, ଗ୍ରାମବାସୀ ନିର୍ଭର କରିଥାନ୍ତି। ଏହି ମୁଖ୍ୟ ରାସ୍ତକୁ କାହାରି ଦୃଷ୍ଟି ପଡୁନାହିଁ। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।
ନବରଙ୍ଗପୁର/କଳାହାଣ୍ଡି ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta. in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇